ଭୁବନେଶ୍ୱର,୨୭/୧୧: ବହୁଚର୍ଚ୍ଚିତ ପୁଲିସ୍ ଏସ୍ଆଇ ଜାଲିଆତି ଘଟଣାରେ ସିବିଆଇ ୪ ଜଣ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ସେମାନେ ହେଲେ ତଫିନ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ, ବିଶ୍ୱରଞ୍ଜନ ବେହେରା ଓ ଲୋକନାଥ ସାହୁ । ଏମାନଙ୍କ ୫ ଦିନ ରିମାଣ୍ଡ ନେବାକୁ ସ୍ପେଶାଲ୍ ସିବିଆଇ କୋର୍ଟରେ ଆବେଦନ କରିଥିଲେ ତଦନ୍ତକାରୀ । କୋର୍ଟ ୩ ଦିନ ମଞ୍ଜୁର କରିଛନ୍ତି । ଗୁରୁବାର ସକାଳେ ୪ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଅଧିକାରୀମାନେ ଝାରପଡା ଜେଲ ଆଣି ଜେରା କରିବେ । ୩ ଦିନ ରିମାଣ୍ଡ ସମୟରେ ଏମାନଙ୍କ ଠାରୁ କିଛି ତଥ୍ୟ ଓଗାଳିବାକୁ ସିବିଆଇ ଲକ୍ଷ୍ୟ ରଖିଛି । ଏମାନଙ୍କ ରିମାଣ୍ଡ ସରିବା ପରେ ଶଙ୍କର ପୃଷ୍ଟି ଓ ମୁନା ମହନ୍ତିଙ୍କୁ ଜେରା କରିବ ବୋଲି ଜଣାପଡି ।