ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେବା ଘଟଣା : ଓଡିଶାର ୫ ଜିଲ୍ଲାରେ ସିବିଆଇ ଚଢାଉ

Published By : Suraj Kumar | April 23, 2025 11:17 PM

ଭୁବନେଶ୍ବର, ୨୩।୪ : ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦେବା ନେଇ ରାଜ୍ୟର ପାଞ୍ଚଟି ଜିଲ୍ଲାର ୧୨ଟି ସ୍ଥାନରେ ବୁଧବାର ସିବିଆଇ ଚଢାଉ କରିଛି।  ଭୁବନେଶ୍ୱର, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାର ୧୨ ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଏଥିରେ  ମଧ୍ୟସ୍ଥି ସାଜିଥିବା ବ୍ୟକ୍ତି,   ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ତିଆରି କରିବାରେ ସାମିଲ ବ୍ୟକ୍ତିଙ୍କ ଘରେ ସିବିଆଇ ଯାଞ୍ଚ କରିଛି । ଯାଞ୍ଚ ସମୟରେ ଅନେକ ଡକ୍ୟୁମେଣ୍ଟ ସିବଆଇ ଜବତ କରିଛି।

ଓଡ଼ିଶା ସର୍କଲର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲଙ୍କ ଅଭିଯୋଗ କ୍ରମେ  ୨୦୨୩ ମେ ୯ ତାରିଖରେ ଏହି ମାମଲା ସିବିଆଇରେ ରୁଜୁ ହୋଇଥିଲା। ୨୦୨୩  ଗ୍ରାମୀଣ ଡାକ ସେବକ  ନିଯୁକ୍ତି ପ୍ରକ୍ରିୟା ସମୟରେ ଚାକିରି ପାଇବା ପାଇଁ କିଛି ପ୍ରାର୍ଥୀ ଜାଲ୍ ମାଟ୍ରିକ୍ ସାର୍ଟିଫିକେଟ୍ ଦାଖଲ କରିଥିବା  ଅଭିଯୋଗରେ ଦର୍ଶାଯାଇଥିଲା। 

ଏହି ମାମଲାରେ, ସିବିଆଇ ୩୦/୧୦/୨୦୨୪ ରେ  ୫୫ ଜଣ ପ୍ରାର୍ଥୀ ଏବଂ ତିନି ଜଣ ମଧ୍ୟସ୍ଥିଙ୍କ ବିରୁଦ୍ଧରେ  କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିସାରିଛି। ଜାଲିଆତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବା,  ଠକେଇରେ ଜଡିତ ଅନ୍ୟ ପ୍ରାର୍ଥୀମାନଙ୍କୁ ଏବଂ ସାର୍ଟିଫିକେଟ୍ ଜାଲିଆତି ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କୁ ଚିହ୍ନଟ କରିବା ପାଇଁ  ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.