ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ରେଲଓ୍ବେ ପେପର ଲିକ୍‌ ମାମଲା, ୧୬ ଲୋକୋ ପାଇଲଟ୍‌ଙ୍କ ସମେତ ୨୬ ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

Published By : Tapas Panda | March 4, 2025 9:06 PM

  1. ରେଳବାଇ ପେପର ଲିକ୍ ମାମଲାରେ ୨୬ ଜଣ ଅଧିକାରୀଙ୍କୁ ଗିରଫ କଲା ସିବିଆଇ
  2. ପେପର ଲିକ୍ ସୂଚନା ପାଇବା ପରେ DDU ଡିଭିଜନରେ ଚଢାଉ କରାଯାଇଥିଲା
  3. ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଲୋକୋ ପାଇଲଟ ଏବଂ ଅନ୍ୟାନ୍ୟ ରେଳ କର୍ମଚାରୀ ଅଛନ୍ତି

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ପ୍ରଶ୍ନପତ୍ର ଲିକ୍ ନେଇ ମାମଲା ସାମ୍ନାକୁ ଆସିଛି। ଏହି ପେପର ଲିକ୍ ମାମଲା ପୂର୍ବ-କେନ୍ଦ୍ରୀୟ ଜୋନ୍ ରେଳବାଇର ଡିଡିୟୁ ରେଳ ଡିଭିଜନ ସହିତ ଜଡିତ । ମୁଖ୍ୟ ଲୋକୋ ଇନ୍ସପେକ୍ଟର ପଦବୀ ପାଇଁ ଆଭ୍ୟନ୍ତରୀଣ ବିଭାଗୀୟ ପରୀକ୍ଷା ମାର୍ଚ୍ଚ ୪ରେ ହେବାର ଥିଲା । କିନ୍ତୁ ପରୀକ୍ଷା ହେବା ପୂର୍ବରୁ ପେପର ଲିକ୍ ହୋଇଥିଲା । ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଆଇ । ଏପର୍ଯ୍ୟନ୍ତ ୧୬ ଜଣ ଲୋକୋ ପାଇଲଟଙ୍କ ସମେତ ୨୬ ଜଣ ରେଳ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏପରିକି ବହୁ ରେଳ ଅଧିକାରୀ ସିବିଆଇ ରାଡାରରେ ଅଛନ୍ତି । 

ଏହି ମାମଲାରେ CBI, ଡିଡିୟୁ ଡିଭିଜନର ୮ଟି ସ୍ଥାନରେ ଚଢାଉ କରିଥିଲା । ଯେଉଁଠାରୁ ପେପର ଲିକ୍ ସହ ଜଡିତ ଅନ୍ୟାନ୍ୟ ଜିନିଷ ସହିତ ୧ କୋଟି ୧୭ ଲକ୍ଷ ଟଙ୍କା ଜବତ କରାଯାଇଛି । ପେପର ଲିକ୍ ହେବାରୁ ପରୀକ୍ଷା ହୋଇପାରି ନାହିଁ । ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, ଲିକ୍ ହୋଇଥିବା ପେପରଟି ମାର୍ଚ୍ଚ ୩ ଏବଂ ୪ ତାରିଖ ମଧ୍ୟରାତ୍ରିରେ ମୁଗଲସରାଇରେ ଛାତ୍ରମାନଙ୍କୁ ଦିଆଯାଇଥିଲା । ଏହି ଗମ୍ଭୀର ମାମଲାରେ ସିବିଆଇ ଜଣେ ବରିଷ୍ଠ ବିଭାଗୀୟ ବୈଦ୍ୟୁତିକ ଇଞ୍ଜିନିୟର ଅର୍ଥାତ୍ DEE (ଅପରେସନ୍‌), ଅନ୍ୟ ଆଠ ଜଣ ରେଳ ଅଧିକାରୀ, ଅଜଣା ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ସିବିଆଇ ପ୍ରାପ୍ତ ସୂଚନା ଆଧାରରେ, ପ୍ରଥମେ ତିନୋଟି ପୃଥକ ଦଳ ଗଠନ କରାଯାଇଥିଲା । ଏହି ଦଳଗୁଡ଼ିକ ମାର୍ଚ୍ଚ ୩ ଓ ୪ ରାତିରେ ମୁଗଲସରାଇର ତିନୋଟି ସ୍ଥାନରେ ଚଢାଉ କରିଥିଲେ । ଏହି ସମୟରେ ପ୍ରଶ୍ନପତ୍ରର ଫଟୋକପି ରଖିଥିବା ୧୭ ଜଣ ପ୍ରାର୍ଥୀଙ୍କୁ ପାଇଥିଲା ସିବିଆଇ ଟିମ୍‌ ଏବଂ ସେମାନଙ୍କୁ ଗିରଫ କରିଥିଲା । ସେପଟେ ପେପର ପ୍ରସ୍ତୁତ କରିବାର ଦାୟିତ୍ୱ ଅଭିଯୁକ୍ତ ବରିଷ୍ଠ ଡିଇଇ (ଅପ୍ସ) ଏବଂ ଅନ୍ୟମାନଙ୍କୁ ଦିଆଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସିବିଆଇ । ତେବେ ପ୍ରଶ୍ନପତ୍ରକୁ ହିନ୍ଦୀରେ ଅନୁବାଦ କରିଥିବା ଅଧିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.