ଭୁବନେଶ୍ୱର,୧୫/୦୨: ଶନିବାର ଠାରୁ ଆରମ୍ଭ ହେବ କେନ୍ଦ୍ରୀୟ ମାଧ୍ୟମିକ  ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ଦଶମ ପରୀକ୍ଷା  ମାର୍ଚ୍ଚ ୧୮ ତାରିଖ ଯାଏ ଚାଲିବାକୁ ଥିବା ବେଳେ ଦ୍ୱାଦଶ ପରୀକ୍ଷା ଆସନ୍ତା  ଏପ୍ରିଲ ୪ ତାରିଖ ଯାଏ ଚାଲିବ । 

ଦେଶରେ ୭୮୪୨ ଏବଂ ବିଦେଶରେ ୨୬ଟି  ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ଦିନ  ଦଶମର ଇଂରାଜୀ ପରୀକ୍ଷା ଅଛି । ଦଶମ ପରୀକ୍ଷା ସୂଚୀ ଅନୁସାରେ ଶନିବାର ଇଂରାଜୀ, ୨୦ରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସୋସିଆଲ୍‌ ସାଇନ୍ସ,୨୮ରେ  ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଓ ୧୮ରେ କମ୍ପ୍ୟୁଟର ପରୀକ୍ଷା  ରହିଛି । ସେହିପରି ଦ୍ୱାଦଶ ଶ୍ରେଣୀର ଏଣ୍ଟରପ୍ରାଇଜେସ୍‌ ରହିଛି।