ଭୁବନେଶ୍ୱର,୨୫/୦୯:  ଆସନ୍ତାବର୍ଷ ଫେବ୍ରୁଆରୀ ୧୭ରୁ କେନ୍ଦ୍ରୀୟ  ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦଶମ ଓ ଦ୍ୱାଦଶ (ଯୁକ୍ତଦୁଇ) ବୋର୍ଡ  ପରୀକ୍ଷା ହେବ । ଏନେଇ ବୁଧବାର  ସିବିଏସ୍‌ଇ ପକ୍ଷରୁ ସୂଚନା ଜାରି ହୋଇଛି ।  ଫେବ୍ରୁଆରୀ ୧୭ରୁ ପରୀକ୍ଷା ଆରମ୍ଭ ହୋଇ  ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ ।

ଦଶମ ପରୀକ୍ଷା ଦୁଇଥର ହେବ । ପ୍ରଥମ ପର୍ଯ୍ୟାୟ  ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୯  ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା  ମେ ୧୫ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଚାଲିବ ।  ଯୁକ୍ତଦୁଇ ପରୀକ୍ଷା ଫେବ୍ରୁଆରୀ ୧୭ରୁ  ଆରମ୍ଭ ହୋଇ ଏପ୍ରିଲ ୯ରେ ସରିବ ।  ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୪ଟି  ବିଷୟରେ ପ୍ରାୟ ୪୫ଲକ୍ଷ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ ବୋଲି ଜଣାପଡିଛି ।