ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରିକ୍ଷାଫଳ ପ୍ରକାଶିତ; ଡିଜିଲକର ଓ ଅଫିସିଆଲ ୱେବସାଇଟରେ ଚେକ୍ କରନ୍ତୁ ରେଜଲ୍ଟ

Published By : Bijay Swain | May 13, 2025 5:47 PM

Image courtesy: indiatoday

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (CBSE) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୫ର ଫଳାଫଳ ମେ ୧୩ ତାରିଖରେ ଘୋଷଣା କରିଛି। ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ cbse.gov.in, results.cbse.nic.in ଏବଂ results.digilocker.gov.in ମାଧ୍ୟମରେ ସେମାନଙ୍କ ମାର୍କସିଟ୍ ଚେକ୍ ଏବଂ ଡାଉନଲୋଡ୍ କରିପାରିବେ। ଏହା ବ୍ୟତୀତ UMANG ଆପ୍ ଏବଂ SMS ମାଧ୍ୟମରେ ମଧ୍ୟ ଫଳାଫଳ ଉପଲବ୍ଧ ହୋଇପାରିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ଫଳାଫଳ କିପରି ଚେକ୍ କରିବେ?

ୱେବସାଇଟରେ ଚେକ୍ କରନ୍ତୁ:

cbseresults.nic.in କିମ୍ବା cbse.gov.in କୁ ଯାଆନ୍ତୁ।

"Class 12 Result 2025" ଲିଙ୍କରେ କ୍ଲିକ୍ କରନ୍ତୁ।

ରୋଲ ନମ୍ବର, ସ୍କୁଲ ନମ୍ବର, ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ।

ଏହାପରେ ଆପଣଙ୍କ ରେଜଲ୍ଟ ସ୍କ୍ରିନରେ ଦେଖାଯିବ ଏବଂ ଡାଉନଲୋଡ୍ କରି ସେଭ୍ କରି ରଖନ୍ତୁ।

ଡିଜିଲକର ମାଧ୍ୟମରେ:

digilocker.gov.in କିମ୍ବା ଡିଜିଲକର ଆପ୍ ଖୋଲନ୍ତୁ।

ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦ୍ୱାରା ଲଗଇନ୍ କରନ୍ତୁ।

‘CBSE Results 2025’ ବିଭାଗକୁ ଯାଇ ରୋଲ ନମ୍ବର ଓ ସ୍କୁଲ ନମ୍ବର ପ୍ରବେଶ କରନ୍ତୁ।

ଡିଜିଟାଲ ମାର୍କସିଟ୍ ଡାଉନଲୋଡ୍ କରନ୍ତୁ। CBSE ସ୍କୁଲମାନଙ୍କୁ ଏକ 6 ଅଙ୍କ ବିଶିଷ୍ଟ ଆକ୍ସେସ କୋଡ୍ ପ୍ରଦାନ କରିଛି, ଯାହା ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲରୁ ସଂଗ୍ରହ କରିପାରିବେ।

SMS ମାଧ୍ୟମରେ:

CBSE12 <ରୋଲ ନମ୍ବର> ଟାଇପ୍ କରି ୭୭୩୮୨୯୯୮୯୯ ନମ୍ବରକୁ ପଠାନ୍ତୁ।

ଫଳାଫଳ SMS ମାଧ୍ୟମରେ ପ୍ରାପ୍ତ ହେବ।

ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରିକ୍ଷା ପାଇଁ  ମୋଟ ୧୭,୦୪,୩୬୭ ଛାତ୍ରଛାତ୍ରୀ ରେଜିଷ୍ଟର କରିଥିଲେ। ଯେଉଁମାନଙ୍କ ମଧ୍ୟରୁ ମୋଟ୍ ୧୬,୯୨,୭୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏହି ପରିକ୍ଷାରେ ମୋଟ୍ ୧୪,୯୬,୩୦୭ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତବର୍ଷ ମୋଟ୍ ୮୮.୩୯% ପାସ୍ ପରସେଣ୍ଟେଜ ରହିଛି। ଯାହା ଗତବର୍ଷର ୮୭.୯୮% ତୁଳନାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି।

ଚଳିତ ପରିକ୍ଷାରେ ପୁଣିଥରେ ଝିଅମାନେ ପୁଅମାନଙ୍କ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଚଳିତ ବର୍ଷ ଟିଅମାନଙ୍କ ମଧ୍ୟରେ ମୋଟ୍ ପାସ ହାର ୯୧.୬୪% ରହିଛି। ସେହିଭଳି ବିଜୟୱାଡା ଶ୍ରେଷ୍ଠ ପ୍ରଦର୍ଶନକାରୀ ଅଞ୍ଚଳ ହୋଇଥିବା ବେଳେ ଜୱାହର ନବୋଦୟ ବିଦ୍ୟାଳୟ (JNV) ୯୯.୨୯% ପାସ୍ ରେଟ୍ ସହ ଶୀର୍ଷ ସ୍ଥାନରେ ରହିଛି। ଆପଣଙ୍କୁ ଜଣାଇ ରଖୁ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଏପ୍ରିଲ ୪ ତାରିଖ ମଧ୍ୟରେ ଆୟୋଜିତ ହୋଇଥିଲା।

ଯେଉଁ ଛାତ୍ରଛାତ୍ରୀମାନେ ଗୋଟିଏ କିମ୍ବା ଅଧିକ ବିଷୟରେ ଫେଲ ହୋଇଛନ୍ତି, ସେମାନେ ଜୁଲାଇ ୨୦୨୫ ରେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ମାର୍କ ଯାଞ୍ଚ କିମ୍ବା ପୁନଃମୂଲ୍ୟାୟନ ପାଇଁ ଆବେଦନ ଖୁବ୍ ଶୀଘ୍ର ଖୋଲାଯିବ। ଯାହାର ବିସ୍ତୃତ ବିବରଣୀ CBSEର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫଳାଫଳ ଘୋଷଣା ପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଲେଖିଛନ୍ତି, "ଯେଉଁମାନେ ସେମାନଙ୍କ ସ୍କୋର ନେଇ ନିରାଶ, ସେମାନଙ୍କୁ ମୁଁ କହିବାକୁ ଚାହେଁ, ଗୋଟିଏ ପରୀକ୍ଷା କେବେ ଆପଣଙ୍କୁ ନିର୍ଦ୍ଧାରିତ କରିପାରେ ନାହିଁ। ଆପଣଙ୍କ ଯାତ୍ରା ଅନେକ ବଡ଼ ଏବଂ ଆପଣଙ୍କ ଶକ୍ତି ମାର୍କସିଟ୍ ଠାରୁ ବହୁତ ଉପରେ।"

CBSE ଡିଜିଟାଲ ଇଣ୍ଡିଆ ମିଶନ ଅଧୀନରେ ଡିଜିଲକର ସହ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ଯୋଗାଇ ଦେଉଛି। ଯାହା ଆଇନଗତ ଭାବେ ବୈଧ ଏବଂ କଲେଜ ଆଡମିଶନ କିମ୍ବା ଚାକିରି ଆବେଦନ ପାଇଁ ବ୍ୟବହାର କରାଯାଇପାରିବ। ତେବେ ଅଧିକ ସୂଚନା ପାଇଁ, ଛାତ୍ରଛାତ୍ରୀମାନେ CBSEର ଅଫିସିଆଲ ୱେବସାଇଟ ପରିଦର୍ଶନ କରିପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.