ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହୋଲି ପାଇଁ ସିବିଏସ୍‌ଇର ବଡ଼ ଘୋଷଣା, ମାର୍ଚ୍ଚ ୧୫’ରେ ଥିବା ପରୀକ୍ଷା ପରେ ଦେଇପାରିବେ ଛାତ୍ରଛାତ୍ରୀ

Published By : Tapas Panda | March 13, 2025 9:39 PM

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପରୀକ୍ଷାକୁ ନେଇ ଏକ ବଡ଼ ଘୋଷଣା କରିଛି । ମାର୍ଚ୍ଚ ୧୫ରେ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ ଏକ ବଡ଼ ଅପଡେଟ୍ ଦେଇଛି । ଛାତ୍ରଛାତ୍ରୀମାନେ ଏହି ଅପଡେଟ୍‌କୁ ସିବିଏସଇ ପକ୍ଷରୁ ହୋଲି ଉପହାର ବୋଲି ବିବେଚନା କରୁଛନ୍ତି । ପ୍ରକୃତରେ ହୋଲି ପରେ ମାର୍ଚ୍ଚ ୧୫ ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଚିନ୍ତିତ ଥିବା ଛାତ୍ରଛାତ୍ରୀମାନଙ୍କୁ CBSE ଏକ ବଡ଼ ଆଶ୍ୱସ୍ତି ଦେଇଛି । ବୋର୍ଡ ଏବେ ଏକ ସ୍ୱତନ୍ତ୍ର ପରୀକ୍ଷା କରିବାକୁ ଘୋଷଣା କରିଛି । ଏହାର ତାରିଖ ପରେ ଘୋଷଣା କରାଯିବ ।

ସିବିଏସଇ ମାର୍ଚ୍ଚ ୧୫ ତାରିଖରେ ଦ୍ୱାଦଶ ଶ୍ରେଣୀ ହିନ୍ଦୀ ବୋର୍ଡ ପରୀକ୍ଷା କରିବାର ଥିଲା । ଯେହେତୁ ହୋଲି ମାର୍ଚ୍ଚ ୧୪ରେ ପଡୁଛି, କିଛି ଛାତ୍ର ଏବଂ ଅଭିଭାବକ ଏହାକୁ ନେଇ ଚିନ୍ତିତ ଥିଲେ । ଦେଶର ଅନେକ ସ୍ଥାନରେ ମାର୍ଚ୍ଚ ୧୫ ରେ ମଧ୍ୟ ହୋଲି ପାଳନ କରାଯିବ । ଏହାକୁ ଦୃଷ୍ଟିରେ ରଖି CBSE ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ପରୀକ୍ଷା ମାର୍ଚ୍ଚ ୧୫ରେ ହିଁ ହେବ । କିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ କଠିନ ପରିସ୍ଥିତି ଯୋଗୁଁ ପରୀକ୍ଷା ଦେଇପାରିବେ ନାହିଁ ସେମାନଙ୍କୁ ପୁଣି ଥରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ।

ସିବିଏସଇ ବୋର୍ଡ ସ୍ପଷ୍ଟ କରିଛି ଯେ, ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୫ରେ ପରୀକ୍ଷା ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ସେମାନଙ୍କର ପରୀକ୍ଷା ସ୍ୱତନ୍ତ୍ର ଭାବରେ କରାଯିବ । ବୋର୍ଡର ନୀତି ଅନୁଯାୟୀ, ପ୍ରତିବର୍ଷ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରୀକ୍ଷା କରାଯାଏ । ସେହିଭଳି ଚଳିତ ବର୍ଷ ହୋଲି ପାଇଁ ଏହି ସ୍ବତନ୍ତ୍ର ପରୀକ୍ଷା ମଡେଲ୍‌ ଲାଗୁ କରିବ ସିବିଏସଇ । 

ବୋର୍ଡର ଏହି ନିଷ୍ପତ୍ତି କେବଳ ଛାତ୍ରଛାତ୍ରୀମାନଙ୍କୁ ଆଶ୍ୱସ୍ତି ଦେଇନାହିଁ ବରଂ ସେମାନଙ୍କ ଅଭିଭାବକଙ୍କୁ ଚିନ୍ତା ମୁକ୍ତ କରିଛି । ଏହା ବ୍ୟତୀତ ହୋଲିରେ ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ ସେ ବିଷୟରେ ମଧ୍ୟ ଚାପ ଥିଲା । ପର୍ବ ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏବେ ପିତାମାତାଙ୍କ ପାଖରେ ଏବଂ ପିଲାମାନଙ୍କ ପାଖରେ ବିକଳ୍ପ ରହିଛି । ତେବେ ବୋର୍ଡର ୱେବସାଇଟରେ ସ୍ୱତନ୍ତ୍ର ପରୀକ୍ଷା ତାରିଖ ସମ୍ପର୍କରେ ସୂଚନା ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.