ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ମହାଙ୍ଗା ପଡ଼ିଲା ଲାଞ୍ଚ ନେବା, ଭିଜିଲାନ୍ସ ଜାଲରେ ପଡ଼ିଲେ ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀ

Published By : Prameya | May 2, 2025 11:19 PM

କୋରାପୁଟ,୨/୫ : ଦରମା ଓ ବ୍ୟକ୍ତିଗତ ଫାଇଲ ଖୋଲିବାକୁ ନବ ନିଯୁକ୍ତ ଅଙ୍ଗନବାଡ଼ି ସହାୟିକାଙ୍କଠାରୁ ଲାଞ୍ଚ ଟଙ୍କା ନେବାବେଳେ ଦଶମନ୍ତପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶକୁନ୍ତଳା ଦାସ ଓ ମଧ୍ୟସ୍ଥି ଆଡ଼ମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଶୁକ୍ରବାର ଅପରାହ୍ନରେ ଦଶମନ୍ତପୁର ଅଫିସରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଅଭିଯୋଗ କାରିଣୀ ଜଣଙ୍କ ଦେଢ ମାସ ପୁର୍ବରୁ ଦଶମନ୍ତପୁର ବ୍ଲକର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ ନିଯୁକ୍ତି ପାଇଥିଲେ । କିଛି ଦିନ ପୁର୍ବରୁ ସେ ସିଡିପିଓଙ୍କୁ ଭେଟି ତାଙ୍କର ବ୍ୟକ୍ତିଗତ ଫାଇଲ ଖୋଲିବା ଓ ଦରମା ଦେବାକୁ ଅନୁରୋଧ କରିଥିଲେ । ତେବେ ଉକ୍ତ କାମ ନିମନ୍ତେ ୧୦ହଜାର ଟଙ୍କା ଦାବି କରି ଆଡ଼ମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲାଙ୍କ ଜରିଆରେ ଦେବାକୁ କହିଥିଲେ । ଏହାପରେ ଅଭିଯୋଗକାରିଣୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଶୁକ୍ରବାର ଅପରାହ୍ନରେ ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲାଙ୍କ ମାଧ୍ୟମରେ ସିଡିପିଓ ଶ୍ରୀମତି ଦାସ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ଉଭୟଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଥିବାବେଳେ ଶ୍ରୀମତି ଦାସଙ୍କ ତିନୋଟି ଓ ଶ୍ରୀମତି ଖୋସଲାଙ୍କ ଗୋଟିଏ ସ୍ଥାନରେ ତଲାସୀ ଜାରି ରଖିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.