ଭୁବନେଶ୍ୱର, ୧୭/୦୫: ରାଜ୍ୟରେ କୁମ୍ଭୀର ସଂରକ୍ଷଣର ୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିବେ ଓଡ଼ିଶା ସରକାର। ସପ୍ତାହେ ବ୍ୟାପି ଏହି ଉତ୍ସବ ପାଳିତ ହେବ। ୧୮-୨୩ ଜୁନ ପର୍ଯ୍ୟନ୍ତ ପ୍ରୋଜେକ୍ଟ କ୍ରୋକୋଡାଇଲ ନାଁ ରେ ଏହି ପର୍ବ ପାଳନ ହେବ । ଏହି ଅବସରରେ ଅନଲାଇନ କୁଇଜ, ଫଟୋଗ୍ରାଫି, ବକ୍ତୃତା ଏବଂ ଚିତ୍ରକଳା (ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟ ବନ୍ୟଜନ୍ତୁ ମୁଖ୍ୟାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଛି l
Celebrating 50 Years of Project Crocodile Odisha marks a major milestone in wildlife conservation ! Join us on International Crocodile Day Date- 17th June 2025 Let’s celebrate Odisha’s journey in protecting crocodiles and their homes.@ForestDeptt#ProjectCrocodile50… pic.twitter.com/UuMVs3iX32
— PCCF WL & CWLW, Odisha (@PCCFWL_Odisha) May 17, 2025
ଏହି ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେଇ ସଚେତନତା, ସୃଜନଶୀଳତା ଏବଂ ସଂରକ୍ଷଣ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି। ଏହି ଉତ୍ସବ ପାଳନ ସହ ଏ ଦିଗରେ ଗବେଷଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶେଷଜ୍ଞଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ଓଡ଼ିଶା ପରିବେଶ ସମିତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିକଟରେ ଏକ ପତ୍ର ଲେଖି ଅବଗତ କରିଥିଲା