କଟକ,୧୭।୫  : କଟକ ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ବ୍ୟାଙ୍କ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିଛି। ତେବେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି।  କେନ୍ଦ୍ରାପଡା  ଆଡୁ  ସିମେଣ୍ଟ ବୋଝେଇ   ଟ୍ରକ ଆସୁଥିଲା। କେନ୍ଦୁପାଟଣା ବ୍ଯାଙ୍କ ଛକ ନିକଟରେ ଗାଡିଟି   ଭାରସାମ୍ୟ ହରାଇ ରାସ୍ତା କଡକୁ  ଓଲଟି ପଡିଛି। ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ସାଲେପୁର ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।