ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ପରାଜିତ ପ୍ରାର୍ଥୀଙ୍କ ସମେତ ୩୨ ବିଜେପି ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

Published By : Tapas Panda | February 27, 2025 8:00 PM

Image Courtesy: lokmat

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୁଧବାର (୨୬ ଫେବୃଆରୀ, ୨୦୨୫) ପଶ୍ଚିମବଙ୍ଗର ୩୨ ଜଣ ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି । ଗୃହ ମନ୍ତ୍ରଣାଳୟର ସମୀକ୍ଷା କମିଟି ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଗତ ବର୍ଷ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା କିଛି ବିଜେପି ନେତାଙ୍କ ନାମ ରହିଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା, ପୂର୍ବତନ ସାଂସଦ ଦଶରଥ ତିର୍କୀ, ବିଜେପି ନେତା ଶଙ୍କୁଦେବ ପଣ୍ଡା ଏବଂ ପୂର୍ବତନ ଆଇପିଏସ୍ ଅଧିକାରୀ ଦେବାଶିଷ ଧରଙ୍କ ସମେତ ୩୨ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି । 

ଏହି ତାଲିକାରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀଙ୍କଠାରୁ ପରାଜିତ ହୋଇଥିବା ଡାଇମଣ୍ଡ ହାର୍ବର ଲୋକସଭା ପ୍ରାର୍ଥୀ ଅଭିଜିତ ଦାସ, ଡାଇମଣ୍ଡ ହାର୍ବରର ପୂର୍ବତନ ବିଧାୟକ ଦୀପକ ହାଲଦାର, ଲୋକସଭା ନିର୍ବାଚନରେ ବିଜେପିର ବୋଲପୁର ପ୍ରାର୍ଥୀ ପିୟା ସାହା ଏବଂ ଜାଙ୍ଗିପୁର ଲୋକସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଧନଞ୍ଜୟ ଘୋଷଙ୍କ ନାମ ମଧ୍ୟ ସାମିଲ ଅଛି । 

କ’ଣ କହିଲେ ଅଭିଜିତ ଦାସ ?

ଡାଇମଣ୍ଡ ହାର୍ବରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଅଭିଜିତ ଦାସ କହିଛନ୍ତି, ‘ମୁଁ ହରିଦ୍ବାରରେ ଅଛି, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ସଂପର୍କରେ ଜଣା ନାହିଁ । ଏହା ଏକ ନିୟମିତ ପ୍ରକ୍ରିୟା । ପ୍ରତି ତିନି ମାସରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସମ୍ପର୍କରେ ଏକ ତାଲିକା ପ୍ରକାଶ କରେ।  ସେମାନଙ୍କର ଏକ ପ୍ରୋଟୋକଲ ଅଛି। ପରେ ସେମାନଙ୍କୁ ପୁଣି ଥରେ ସୁରକ୍ଷା ଯୋଗାଇ ଦିଆଯାଏ । ଗତ ସାଢ଼େ ୬ ବର୍ଷ ମଧ୍ୟରେ ଏହା ଅନେକ ଥର ଦେଖିଛି। କିଛି ଦିନ ପୂର୍ବରୁ ୨୦ ଜଣଙ୍କ ନାମ ସହିତ ଏପରି ଏକ ତାଲିକା ଆସିଥିଲା, ପୁଣି ଅନେକ ଲୋକଙ୍କୁ ସୁରକ୍ଷା ଦିଆଯାଇଥିଲା।’

ବିଜେପି ସାଂସଦ କଣ କହିଲେ ?

ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ଏବଂ ରାଜ୍ୟ ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ ଇଣ୍ଡିଆନ୍ ଏକ୍ସପ୍ରେସକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା ଏକ ନିୟମିତ ପ୍ରକ୍ରିୟା । କାହାକୁ କେବେ ସୁରକ୍ଷା ଆବଶ୍ୟକ ସେନେଇ କେନ୍ଦ୍ର ନିଷ୍ପତ୍ତି ନିଏ ଏବଂ ସେହି ଅନୁସାରେ ସୁରକ୍ଷା ଯୋଗାଇ ଦିଆଯାଏ । ଏହି ମାମଲାରେ ରାଜନୀତି କରିବାର କୌଣସି କାରଣ ନାହିଁ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.