ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ନାମକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍‌ଙ୍କୁ ମିଳିଲା ଜେଡ+ ସୁରକ୍ଷା

Published By : Anindita Ratha | October 2, 2024 12:38 PM

ନୂଆଦିଲ୍ଲୀ,୦୨/୧୦:  ଆଧ୍ୟାତ୍ମକି ଗୁରୁଙ୍କୁ ମିଳିଲା ଜେଡ+ ସୁରକ୍ଷା।  ଗୁଇନ୍ଦା ସୂଚନା ଆଧାରରେ ଜଣେ ଧର୍ମ ଗୁରୁଙ୍କୁ ଏହି ଜେଡ+ ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ନାମକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍‌ଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ୪୫ ବର୍ଷୀୟ ଜଗଦୀପ ସିଂହ ଗିଲ୍‌ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ରଗୃହ ମନ୍ତ୍ରାଳୟକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ସିଆରପିଏଫ୍‌କୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସୁରକ୍ଷା ଅନୁଯାୟୀ ସମୁଦାୟ ୩୩ ସୁରକ୍ଷା କର୍ମୀଙ୍କ ଟିମ୍‌ ୨୪ ଘଣ୍ଟା ଜଗଦୀପ ସିଂହ ଗିଲ୍‌ଙ୍କ ଚାରିପଟେ ଘେରି ରହିବା ସହ ତାଙ୍କୁ ସୁରକ୍ଷା ଯୋଗାଇବେ । ‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ପଞ୍ଜାବର ଅମୃତସର ନିକଟରେ ଥିବା ବ୍ୟାସ ନଦୀ ନିକଟରେ ଅବସ୍ଥିତ । ଏହି ସଙ୍ଗଠନ ୧୮୯୧ ମସିହାରେ ସ୍ଥାପିତ ହୋଇଥିଲା। ଦେଶ ତଥା ବିଦେଶରେ ଏହି ଧାର୍ମିକ ସଙ୍ଗଠନର ଲକ୍ଷାଧିକ ଶ୍ରଦ୍ଧାଳୁ ରହିଛନ୍ତି। ପ୍ରାୟ ୯୦ଟି ଦେଶରେ ଏହି ସଙ୍ଗଠନ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଶ୍ରଦ୍ଧାଳୁ ରହିଛନ୍ତି।ଗଦୀପ ସିଂହ ଗିଲ୍‌ କିଛି ମାସ ହେବ ଏହି ସଙ୍ଗଠନର ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଆଇଆଇଟି ଦିଲ୍ଲୀରୁ ଡିଗ୍ରୀ ହାସଲ କରିଥିବା ବେଳେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ରସାୟନ ଇଞ୍ଜିନିୟରିଂରେ ଡକ୍ଟରେଟ ହାସଲ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.