ନୂଆଦିଲ୍ଲୀ,୦୮/୦୩; ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗସ୍ତ ବେଳେ ପ୍ରୋଟୋକଲରେ ତ୍ରୁଟି ଏବଂ କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ ମାମଲା କଠୋର ହୋଇଛି କେନ୍ଦ୍ର । ସୁତ୍ରକୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହ ସଚିବ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ବେଳେ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ ହୋଇଥିଲା । ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ସ୍ଥାନ ପରିବର୍ତ୍ତନ ନେଇ ରିପୋର୍ଟ ତଲବ ହୋଇଛି ।
ଗୃହ ମନ୍ତ୍ରଣାଳୟ ମୁଖ୍ୟ ସଚିବ ୩ ପ୍ରମୁଖ ପ୍ରଶ୍ନ ଉପରେ ସ୍ପଷ୍ଟୀକରଣ ମାଗିଛନ୍ତି । ରାଷ୍ଟ୍ରପତିଙ୍କ ଆଗମନରେ ତାଙ୍କ ସ୍ୱାଗତ ପାଇଁ ନିର୍ଦ୍ଧାରିତ ପ୍ରୋଟକଲର ପାଳନ କାହିଁକି କରାଯାଇନଥିଲା ? ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀ ଉପସ୍ଥିତ ହେବାର ଥିଲା । ଦାର୍ଜିଲିଂ ଜିଲ୍ଲାରେ ଆୟୋଜିତ ସଭାସ୍ଥଳ ସ୍ଥାନ ଶେଷ ମୂହୁର୍ତ୍ତରେ କାହିଁକି ବଦଳା ଗଲା ? କାର୍ଯ୍ୟକ୍ରମରେ ସୁରକ୍ଷା ଏବଂ ଅନ୍ୟ ପ୍ରଶାସନିକ ବ୍ୟବସ୍ଥାର ତ୍ରୁଟି ରହିଥିଲା ।
Union Home Secretary Govind Mohan has sought a detailed report from the West Bengal Chief Secretary by 5 pm today regarding lapses in the prescribed protocol for receiving President Droupadi Murmu, the change of venue of the International Santal Conference in Darjeeling district,… pic.twitter.com/zJvVn1QTxp
— ANI (@ANI) March 8, 2026
ଏହା ବି ପଢନ୍ତୁ...ଘମାଘୋଟ ଲଢେଇ; ଘରକୁ ସୁରକ୍ଷିତ ଫେରିଲେ ୫୨ ହଜାର ଭାରତୀୟ, ଏୟାର ଇଣ୍ଡିଆ, ଇଣ୍ଡିଗୋର ସୀମିତ ଉଡ଼ାଣ ଆରମ୍ଭ
ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି- କାର୍ଯ୍ୟକ୍ରମ ସ୍ଥଳ ପରିବର୍ତ୍ତନ ଓ ପ୍ରୋଟୋକଲ ଠିକ୍ ଭାବେ ପାଳନ କରାଯାଇ ନଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ଗସ୍ତ ବେଳେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଲାଗୁଛି ବେଙ୍ଗଲ ସରକାର ଆଦିବାସୀଙ୍କ ଭଲ ଚାହାନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଛୋଟ ଭଉଣୀ । ସେ ମଧ୍ୟ ବେଙ୍ଗଲର ଝିଅ ବୋଲି ରାଷ୍ଟ୍ରପତି କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ତାଙ୍କୁ ସ୍ୱାଗତ କରିବା ଲାଗି ନା ମୁଖ୍ୟମନ୍ତ୍ରୀ ଆସିଥିଲେ ନା ତାଙ୍କ କ୍ୟାବିନେଟର ମନ୍ତ୍ରୀ । ମମତା ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କି ନାହିଁ ତାହା ଜାଣନ୍ତି ନାହିଁ । କାର୍ଯ୍ୟକ୍ରମ ସ୍ଥଳ ପରିବର୍ତ୍ତନ ସମ୍ପର୍କରେ ରାଷ୍ଟ୍ରପତି କହିଥିଲେ ଯେ ସମ୍ମିଳନୀ ବିଧାନନଗରରେ ହୋଇଥିଲେ ଭଲ ହୋଇଥାନ୍ତା । ସେଠାରେ ଜାଗା ବହୁତ ବଡ ଓ ଅଧିକ ଲୋକ ଆସିଥାନ୍ତେ । ହେଲେ ରାଜ୍ୟ ପ୍ରଶାସନ ସେଠାରେ କାହିଁକି କାର୍ଯ୍ୟକ୍ରମ କରିବାକୁ ଅନୁମତି ଦେଲେ ନାହିଁ ତାହା ଜଣାନାହିଁ ବୋଲି କହିଥିଲେ ରାଷ୍ଟ୍ରପତି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବେଙ୍ଗଲ ସରକାର ପ୍ରୋଟୋକଲ ପାଳନ କରିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ସମାଲୋଚନା କରିଥିଲେ । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଥିଲେ ଏହା ଲଜ୍ଜାଜନକ । ଗଣତନ୍ତ୍ର ଓ ଆଦିବାସୀଙ୍କ ସଶକ୍ତିକରଣ ଉପରେ ବିଶ୍ୱାସ କରୁଥିବା ଲୋକଙ୍କୁ ଏହା ଶକ୍ତ ଆଘାତ ଦେଇଛି ।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ୯ମ ଆନ୍ତର୍ଜାତିକ ସାନ୍ତାଳ ସମ୍ମିଳନୀରେ ଯୋଗଦେବାକୁ ଆସିଥିଲେ । ସିଲିଗୁଡିର ବିଧାନନଗରରେ କାର୍ଯ୍ୟକ୍ରମ ହେବାର ଥିଲା । କିନ୍ତୁ ସୁରକ୍ଷା ଓ ଅନ୍ୟ କାରଣ ଦର୍ଶାଇ ପ୍ରଶାସନ ଏହାକୁ ବାଗ୍ଡୋଗ୍ରା ବିମାନଘାଟି ନିକଟ ଗୋପାଳପୁରକୁ ସ୍ଥାନାନ୍ତର କରିଥିଲା । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ କେବଳ ସିଲିଗୁଡି ମେୟର ଗୌତମ ଦେବ ଉପସ୍ଥିତ ଥିଲେ । ପ୍ରୋଟୋକଲ ଅନୁସାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ଲାଗି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଉପସ୍ଥିତ ରହିବା କଥା ।