ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଫେବ୍ରୁଆରୀ ୧୪ରେ ଚାଷୀ ଓ କେନ୍ଦ୍ର ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ, ମେଡିକାଲ୍‌ ସହାୟତା ନେଲେ ଦଲେଓ୍ବାଲ

Published By : Tapas Panda | January 19, 2025 5:01 PM

Image Courtesy: abplive

ନୂଆଦିଲ୍ଲୀ: ଚଣ୍ଡିଗଡରେ ଆନ୍ଦୋଳନ କରୁଥିବା କୃଷକଙ୍କ ସହ ଫେବୃଆରୀ ୧୪ରେ ବୈଠକରେ କରିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର କୃଷି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆମରଣ ଅନଶନ କରୁଥିବା ଚାଷୀ ନେତା ଜଗଜୀତ ସିଂହ ଦଲେଓ୍ବାଲ ଏବଂ ମିଳିତ କୃଷକ ମୋର୍ଚ୍ଚାର ପ୍ରତିନିଧିଙ୍କୁ କେନ୍ଦ୍ର କୃଷି ସଚିବ ପ୍ରିୟ ରଞ୍ଜନ ସାକ୍ଷାତ କରିବା ପରେ ଏହି ନିଷ୍ପତ୍ତି ହୋଇଛି । 

ସେପଟେ ୫୪ ଦିନ ହେଲା ଆମରଣ ଅନଶନରେ ବସିଥିବା ଚାଷୀ ନେତା ଜଗଜୀତ ଦଲେଓ୍ବାଲ ମେଡିକାଲ୍‌ ସହାୟତା ନେବାକୁ ରାଜି ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ପ୍ରିୟ ରଞ୍ଜନ କହିଛନ୍ତି, ‘ଆମେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛୁ ଏବଂ କୃଷକ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଛୁ । ତାଙ୍କୁ ଅନଶନ ଭଙ୍ଗ କରିବାକୁ ଅନୁରୋଧ କରାଯାଇଛି ।’ ଖନୌରି ସୀମାରେ ନଭେମ୍ବର ୨୬ରୁ ଦଲେଓ୍ବାଲ ଆମରଣ ଅନଶନରେ ବସିଛନ୍ତି । ଦଲେଓ୍ବାଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିବା ବେଳେ ତାଙ୍କ ଶରୀରର ଓଜନ ୨୦ କେଜି ହ୍ରାସ ପାଇଛି । 

ସେ ଏବେ ସୁଦ୍ଧା ମେଡିକାଲ ସହାୟତା ନେଇ ନାହାନ୍ତି । ଗତବର୍ଷ ଫେବୃଆରୀ ୮, ୧୨,୧୫ ଏବଂ ୧୮ରେ ସରକାର ଏବଂ କୃଷକଙ୍କ ମଧ୍ୟ ଆଲୋଚନା ହୋଇଥିଲା କିନ୍ତୁ ନିଷ୍କର୍ସ ବାହାରି ପାରିନଥିଲା ।  ଫସଲର ଏମଏସ୍‌ପି ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବି କରିଆସିଛନ୍ତି କୃଷକ ।  ଜାନୁଆରୀ ୧୮ (ଶିନାବର) ପାଖରୁ ଖନୌରି ସୀମାରେ ଅନ୍ୟ ୧୦ କୃଷକ ଅନଶନ ଆରମ୍ଭ କରିଛନ୍ତି । ଏହା ସହ ଅନଶନରେ ବସିଥିବା କୃଷକଙ୍କ ସଂଖ୍ୟା ୧୨୧କୁ ବୃଦ୍ଧି ପାଇଛି । ସରକାରଙ୍କ ପାଖରୁ ମିଳିଥିବା ତାଜା ପ୍ରସ୍ତାବ ଉପରେ ଆଲୋଚନା କରାଯିବ ବୋଲି କୃଷକ ସଂଗଠନ ପକ୍ଷରୁ କୁହାଯାଇଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.