ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

କେନ୍ଦ୍ରକୁ ଯାଇନି ମେଟ୍ରୋ ପ୍ରସ୍ତାବ, ସଂସଦରେ ସୂଚନା ଦେଲେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ

Published By : Prameya | July 26, 2025 12:15 PM

ଭୁବନେଶ୍ୱର,୨୬/୦୭: ମେଟ୍ରୋ ରେଳ ପ୍ରକଳ୍ପ  ପାଇଁ ୨୦୨୪ ଜାନୁଆରୀ ପହିଲାରେ ଭିତ୍ତିପ୍ରସ୍ତର  ପଡ଼ିଥିଲା । ଏବେ ସୁଦ୍ଧା କାମ ଶୂନ । ଏଯାଏ ଚୂଡ଼ାନ୍ତ ହୋଇପାରିନି ମେଟ୍ରୋ ରେଳ ଉପରେ ଯିବ ନା  ମାଟି ତଳେ ଯିବ । ମଝିରେ ମଝିରେ ଭିନ୍ନ ଭିନ୍ନ  କଥା, ବୟାନାବାଜି ଆସୁଛି। କେବେ ଆରମ୍ଭ ହେବ,  କେବେ ସୁଦ୍ଧା ସରିବ, ଜଣାନାହିଁ । ଏ ପ୍ରକଳ୍ପ ନେଇ ସଭିଙ୍କ ମନରେ ପ୍ରଶ୍ନ-ମେଟ୍ରୋ ପ୍ରକଳ୍ପ ହେବ ତ? ଭୁବନେଶ୍ୱରରେ ମେଟ୍ରୋ ରେଳ କେବେ ଗଡ଼ିବ?  ଏସବୁ ପ୍ରଶ୍ନ ଭିତରେ ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇଗଲାଣି ।  ‘ଦାସେ ଆଇଲେ ମୂଳରୁ ଗାଅ’ ନୀତିରେ ଏ ପ୍ରକଳ୍ପ  ନେଇ ଯେତେ ବୈଠକ ବସୁଛି, ପ୍ରତି ଥର ଭିନ୍ନ କଥା  ସାମ୍ନାକୁ ଆସୁଛି। ଏଭଳି ଅନିଶ୍ଚିତତା ଭିତରେ କେନ୍ଦ୍ର  ସହରାଞ୍ଚଳ ବିକାଶ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି,  ତାହା ମେଟ୍ରୋ ପ୍ରକଳ୍ପ ନେଇ ସନ୍ଦେହ ବଢ଼ାଇଛି । 

ଟିଡିପି ସାଂସଦ ପଚାରିଥିବା ଏକ ପ୍ରଶ୍ନର  ଉତ୍ତରରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ  ତୋଖାନ ସାହୁ ସଂସଦରେ ସୂଚନା ଦେଇଛନ୍ତି,  ବିଭିନ୍ନ ରାଜ୍ୟରୁ ଆସିଥିବା ୧୭ଟି ମେଟ୍ରୋ ପ୍ରକଳ୍ପକୁ  କେନ୍ଦ୍ର ମଞ୍ଜୁରୀ ଦେଇଛି । ମାତ୍ର ଏହା ଭିତରେ  ଓଡ଼ିଶାର ନାମ ନାହିଁ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ  ନେଇ ଓଡ଼ିଶା ସରକାର କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇନାହାନ୍ତି । ଯେଉଁ ସବୁ ମେଟ୍ରୋ ପ୍ରକଳ୍ପକୁ  କେନ୍ଦ୍ର ଅନୁମୋଦନ ମିଳିଛି, ସେଥିପାଇଁ କେନ୍ଦ୍ରରୁ ସହାୟତା ଯାଇଛି । ଆର୍ଥିକ ଅନୁଦାନ ସହ ବୈଷୟିକ ସହାୟତା ଦେଇଥାଏ କେନ୍ଦ୍ର । ମାତ୍ର ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ନା ପୂର୍ବ ସରକାର ପ୍ରସ୍ତାବ ପଠାଇଥିଲେ ନା ବର୍ତ୍ତମାନର ସରକାର ପଠାଉଛନ୍ତି । 

୨୦୨୪ ନିର୍ବାଚନ ପୂର୍ବରୁ ପୂର୍ବ ସରକାର ମେଟ୍ରୋ  ପ୍ରକଳ୍ପର ନିଅଁ ଦେଇଥିଲେ । ୨୦୨୪-୨୫ ବଜେଟରେ ଏ  ପ୍ରକଳ୍ପ ପାଇଁ ଅର୍ଥ ବରାଦ ହେଲା । ଆରମ୍ଭରୁ କୁହାଗଲା,  ସହର ଉପରେ ଏଲିଭେଟେଡ୍‌ କରିଡରରେ ମେଟ୍ରୋ  ରେଳ ପଥ ନିର୍ମାଣ ହେବ । କିଛି ମାସ ପାଇଁ ସହରରେ ମାଟି ପରୀକ୍ଷା ପାଇଁ ଖୋଳାତଡ଼ା ଆରମ୍ଭ ହେଲା । ପୁଣି  କ’ଣ ହେଲା କେଜାଣି ସବୁ କାମ ବନ୍ଦ, ନିର୍ମାଣ ସାମଗ୍ରୀ  ଉଠାଇ ନିଆଗଲା । ବର୍ତ୍ତମାନ ସରକାର କହୁଛନ୍ତି, ମାଟି  ତଳେ ମେଟ୍ରୋ ଚାଲିବ । ମେଟ୍ରୋ ରେଳ ପାଇଁ କମିଟି  ଗଠନ କରାଯାଇଛି । ଗତ ୧୬ ତାରିଖରେ ଏ ନେଇ  ବୈଠକ ବସିଥିଲା । ମେଟ୍ରୋ ପ୍ରକଳ୍ପକୁ ନେଇ ବାରମ୍ବାର  ଭିନ୍ନ କଥା, ଭିନ୍ନ ଢାଞ୍ଚା, ନୂଆ ବୟାନବାଜି ନେଇ ମେଟ୍ରୋ  ପ୍ରକଳ୍ପକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି । 

ମେଟ୍ରୋ ପ୍ରକଳ୍ପ ନେଇ ରାଜ୍ୟର ବିଜେପି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ ବୋଲି ବିଜେଡି କହିଛି । ଦଳର  ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ବିଜେଡି ସରକାର  ସମୟରେ ମେଟ୍ରା ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ସହ ଟେଣ୍ଡର କରାଯାଇଥିଲା । ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଥିଲା । ମାତ୍ର ବିଜେପି ସରକାର କ୍ଷମତାକୁ  ଆସିବାର ଦୀର୍ଘ ୧୩ ମାସ ବିତି ଯାଇଥିଲେ ସୁଦ୍ଧା  ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଲାଗି ରହିଛି । ମେଟ୍ରା ପ୍ରକଳ୍ପ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ନିର୍ମାଣ ହେବ ବୋଲି  ବିଜେଡି ସରକାର ସମୟରେ ସ୍ପଷ୍ଟ କୁହାଯାଇଥିଲା ।  ତେଣୁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକ  ନାହିଁ । ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ମେଟ୍ରା ପ୍ରକଳ୍ପକୁ ଅନିଶ୍ଚିତତା ଭିତରକୁ ଠେଲି ଦେଉଛନ୍ତି ।  

ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର  ମହାପାତ୍ର କହିଛନ୍ତି, ମେଟ୍ରୋ ନେଇ କମିଟି ଗଠନ ହୋଇଛି । ଏହି କମିଟି ଥରେ ବୈଠକ କରିଛି । ଆଗକୁ ପୁଣି ବୈଠକ ବସି ଆଲୋଚନା ହେବ ।  ନୂଆ ଡିପିଆର୍‌ ପ୍ରସ୍ତୁତ ପରେ କେନ୍ଦ୍ରକୁ ପ୍ରସ୍ତାବ  ପଠାଯିବ । କେନ୍ଦ୍ରର ସହଯୋଗରେ ପ୍ରକଳ୍ପ ହେବ ।  ନୂଆ ଢାଞ୍ଚାରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.