ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପାରଳା ପୋଲିସକୁ ବଡ଼ ସଫଳତା; ଧରାପଡ଼ିଲା ଚେନ୍ ଲୁଟେରା…

Published By : Ladu Kishor | May 19, 2025 4:41 PM

ପାରଳାଖେମୁଣ୍ଡି/ଗୋଷାଣି ୧୯/୫: ଗଜପତି ଜିଲ୍ଲାରେ ଦୀର୍ଘ ଦିନ ଧରି ଚୋର ପୋଲିସର ଲୁଚକାଳି ଖେଳ ପରେ ଏବେ ପାରଳା ପୁଲିସକୁ ମିଳିଛି ବଡ ସଫଳତା। ଏକ ଚେନ୍ ଲୁଟେରାକୁ କାବୁ କରିଛି ପୋଲିସ । ପୃଥକ ପୃଥକ ୫ଟି ମାମଲାରେ ସଂପୃକ୍ତ ଥିବା ଏହି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପୋଲିସ ପଡୋଶୀ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ଥାନା ଅନ୍ତର୍ଗତ ସୁଣ୍ଡିପୁଡି ଗ୍ରାମର ୨୮ ବର୍ଷିୟ ଉପଲୁରୀ ନବିନ କୁମାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଠାରୁ ସମସ୍ତ ମାମଲାରେ ଚୋରି ହୋଇଥିବା ଚେନ୍ ଓ ସୁନା ଅଳଙ୍କାର ଉଦ୍ଧାର କରାଯାଇଛି। 

ନବୀନ ନିଛାଟିଆ ରାସ୍ତାରେ ବୟସ୍କ ଦମ୍ପତି ଓ ମହିଳାମାନଙ୍କୁ ଜଗି ସମୟ ସୁଯୋଗ ଦେଖି ଅଳଙ୍କାର ଝାମ୍ପି କ୍ଷିପ୍ର ଗତିରେ ଘଟଣାସ୍ଥଳରୁ ଚାଲିଯାଉଥିବା ସ୍ବୀକାର କରିଛି । ଏଥିସହ ନିଜ ଭଉଣୀ ଘରେ ସମସ୍ତ ଚୋରି ଜିନିଷ ରଖିଥିବା ସେ ପ୍ରକାଶ କରିଥିବା ପୁଲିସ କହିଛି । ସବୁ ଅଳଙ୍କାର ଜବତ କରାଯାଇଛି ଏବଂ ଭଉଣୀ ଏଥିରେ ସାମିଲ ନଥିବା ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର ପଣ୍ଡା କହିଛନ୍ତି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଗୁରାଣ୍ଡି ଥାନା ଅଧିକାରୀ ଓଁ ନାରାୟଣ ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାଧବାନନ୍ଦ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.