ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ସୁପର ସନ୍‌ଡେ'ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌, ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟାଇଟଲ ଲଢ଼େଇ

Published By : Prameya | March 8, 2025 9:11 AM

ଦୁବାଇ, ୦୮/୦୩: ଆସନ୍ତା ରବିବାର ଦିନ ଚଳିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଇତି ମଧ୍ୟରେ ଟାଇଟଲ ଲଢ଼େଇ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫାଇନାଲ୍‌ ପୂର୍ବରୁ ଉଭୟ  ଦଳ ଲିଗ୍‌ ରାଉଣ୍ଡ୍‌ରେ ପରସ୍ପରକୁ ଭେଟି ସାରିଛନ୍ତି । ତେଣୁ ପରସ୍ପର ଶକ୍ତି ଓ ଦୁର୍ବଳତା ସହ ଉଭୟ ଦଳ  ପରିଚିତ । ଫାଇନାଲ୍‌ ମୁକାବିଲା ପୂର୍ବରୁ ଉଭୟ ଦଳ  ସମସ୍ତ ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।  

ଲିଗ୍‌ ମ୍ୟାଚ୍‌ରେ ଭାରତ ଉକ୍ତ ମ୍ୟାଚ୍‌ ଜିତିଥିଲେ  ହେଁ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇବା ଏତେ ସହଜ ହେବ ନାହିଁ । ଲିଗ୍‌ ମ୍ୟାଚ୍‌ ଜରିଆରେ କିୱି ଦଳ ଦୁବାଇର ପିଚ୍‌ ପରଖି ସାରିଛି । ଲିଗ୍‌ ଓ  ସେମି ଫାଇନାଲ୍‌ ରାଉଣ୍ଡର ପ୍ରଦର୍ଶନକୁ ଦେଖିଲେ ନ୍ୟୁଜିଲାଣ୍ଡ ସବୁଠୁ ଶକ୍ତିଶାଳୀ ମନେ ହେଉଛି । କାରଣ ପାକିସ୍ତାନରୁ ଦୁବାଇ ଓ ଦୁବାଇରୁ ପାକିସ୍ତାନ ଯାତ୍ରା ସତ୍ତେ୍ୱ ନ୍ୟୁଜିଲାଣ୍ଡ ସବୁ କ୍ଲାନ୍ତିକୁ ପଛରେ  ପକାଇ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଭାରତ ସମ୍ପୂର୍ଣ୍ଣ  ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ହୋଟେଲରେ ଅବସ୍ଥାନ କରିବା ସହ ଯାତ୍ରା କ୍ଲାନ୍ତିରୁ ଦୂରେଇ ରହି ଗୋଟିଏ ଗ୍ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଖେଳିଛି । 

ଲିଗ୍‌ ରାଉଣ୍ଡ୍‌ରେ ମଧ୍ୟ ଭାରତକୁ କଡ଼ା ଟକ୍କର  ଦେଇଥିଲା ନ୍ୟୁଜିଲାଣ୍ଡ । ଭାରତକୁ ମାତ୍ର ୨୪୯ ରନ୍‌  ମଧ୍ୟରେ ସୀମିତ ରଖିବା ବଡ଼ ସଫଳତା କହିଲେ ଭୁଲ  ହେବ ନାହିଁ । ଜବାବରେ କେନ ୱିଲିୟମସନ ଦମଦାର  ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ ।  କେବଳ ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂର  ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ଲୟ ହରାଇ  ପରାଜିତ ହୋଇଥିଲା । ୱିଲିୟମସନ କ୍ରିଜରେ ଥିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ମ୍ୟାଚ୍‌ ରହିଥିଲା । 

ବିଜୟ ସତ୍ତେ୍ୱ ଲିଗ୍‌ ମ୍ୟାଚ୍‌ରୁ ଭାରତକୁ ବଡ଼  ଶିକ୍ଷା ମିଳିଛି । ନ୍ୟୁଜିଲାଣ୍ଡକୁ ହାଲକା ଭାବେ ନେବା  ଭାରି ପଡ଼ିବ । ପୂର୍ବ ରେକର୍ଡ ମଧ୍ୟ ନ୍ୟୁଜିଲାଣ୍ଡ ପକ୍ଷରେ  ରହିଛି । ୨୦୦୦ ମସିହାରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫି  ଫାଇନାଲ୍‌ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିଅନ୍‌ ହୋଇଥିଲା । ସେତେବେଳେ ଏହି ଟୁର୍ଣ୍ଣାମେଣ୍ଟର ନାମ  ଥିଲା ଆଇସିସି ନକ୍‌ ଆଉଟ୍‌ । ଏହାପରେ ଭାରତ  ୨୦୦୨ ଓ ୨୦୧୩ରେ ୨ଥର ଚାମ୍ପିଅନ୍‌ ହୋଇଛି ।  ମାତ୍ର ନ୍ୟୁଜିଲାଣ୍ଡ ବିପକ୍ଷ ପରାଜୟକୁ ଭୁଲି ନାହିଁ ।  ୨୫ ବର୍ଷ ପରେ ପ୍ରତିଶୋଧ ନେବାର ସମୟ ଆସିଛି । 

କ୍ରିକେଟ୍‌ ବିଶେଷଜ୍ଞଙ୍କ ମତ ଅନୁଯାୟୀ  ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ  ରୋହିତ ବାହିନୀକୁ ୩ଜଣ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ହେବ । ଏହି ୩ ଖେଳାଳି ହେଲେ ମିଚେଲ  ସାଣ୍ଟନର, ରଚିନ ରବିନ୍ଦ୍ର ଓ କେନ ୱିଲିୟମସନ । 

ଅଧିନାୟକ ତଥା ବାମ ହାତି ସ୍ପିନର ସାଣ୍ଟନର  ଭାରତ ବିପକ୍ଷରେ ସର୍ବଦା ଚମତ୍କାର ପ୍ରଦର୍ଶନ  କରୁଛନ୍ତି । ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ପ୍ରଦର୍ଶନ ଭଲ  ରହିଛି । ଦୁବାଇ ବ୍ୟତୀତ ପାକିସ୍ତାନର ୩ଟି ଯାକ  ଗ୍ରାଉଣ୍ଡ୍‌ରେ ମଧ୍ୟ ସାଣ୍ଟନର ଶୃଙ୍ଖଳିତ ବୋଲିଂ  କରିଥିଲେ । ମଧ୍ୟ ଓଭର ଗୁଡ଼ିକରେ ପ୍ରତିପକ୍ଷ  ବ୍ୟାଟରଙ୍କୁ ବାନ୍ଧି ରଖିବାର କ୍ଷମତା ତାଙ୍କ ନିକଟରେ  ରହିଛି । ସେମି ଫାଇନାଲ୍‌ ମୁକାବିଲାରେ ଗଦ୍ଦାଫି  ଷ୍ଟାଡ଼ିୟମ୍‌ର ବ୍ୟାଟିଂ ସ୍ୱର୍ଗ ପିଚ୍‌ରେ ମଧ୍ୟ ସେ ୩ଟି  ୱିକେଟ୍‌ ନେଇ ଦକ୍ଷିଣ ଆଫ୍ରିକାର ମଧ୍ୟ ଭାଗ  ଧ୍ୱଂସ କରିଥିଲେ । ଭାରତୀୟ ଦଳରେ କେବଳ  ୨ଜଣ ବାମ ହାତି ବ୍ୟାଟର ରବିନ୍ଦ୍ର ଜାଡ଼େଜା ଓ  ଅକ୍ଷର ପଟେଲ ରହିଛନ୍ତି । ବାକି ସବୁ ଡାହାଣ  ହାତି ବ୍ୟାଟର । ତେଣୁ ସାଣ୍ଟନରଙ୍କ ବାମ ହାତି  ସ୍ପିନ୍‌ ବୋଲିଂ ଘାତକ ସାବ୍ୟସ୍ତ ହୋଇପାରେ । 

ୱିଲିୟମସନଙ୍କ ଦକ୍ଷତା ସହ ଭାରତ ଭଲ  ଭାବେ ପରିଚିତ । ଲିଗ୍‌ ମ୍ୟାଚ୍‌ରେ ୱିଲିୟମସନ  ୮୧ ରନ୍‌ର ଇନିଂସ ଖେଳି ମ୍ୟାଚ୍‌କୁ ନିୟନ୍ତ୍ରଣରେ  ରଖିଥିଲେ । ସେ ଆଉଟ୍‌ ହେବା ପରେ ଭାରତର  ବିଜୟ ସମ୍ଭବ ହୋଇଥିଲା । ଭାରତୀୟ ବୋଲିଂ ବାହିନୀ  ବିପକ୍ଷରେ ଏକୁଟିଆ ଲଢ଼ିବାର କ୍ଷମତା ୱିଲିୟମସନଙ୍କ  ନିକଟରେ ରହିଛି । ତେଣୁ ତାଙ୍କୁ ସହଳ ଆଉଟ୍‌  କରିବା ବୁଦ୍ଧିମାନର କାର୍ଯ୍ୟ ହେବ । ନଚେତ ସେ  ଯେକୌଣସି ମୁହୂର୍ତ୍ତରେ ବିଜୟ ଛଡ଼ାଇ ନେବେ । 

ରଚିନ ରବିନ୍ଦ୍ର ସମ୍ପ୍ରତି ଶ୍ରେଷ୍ଠ ଫର୍ମରେ  ରହିଛନ୍ତି । ସେ ଇତି ମଧ୍ୟରେ ୨ଟି ଶତକ ଅର୍ଜନ  କରିସାରିଛନ୍ତି । ନୂଆ ବଲ୍‌ରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାର ଯଥେଷ୍ଟ କ୍ଷମତା ତାଙ୍କ ନିକଟରେ  ରହିଛି । ଭାରତ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସେ ୬  ରନ୍‌ କରି ଆଉଟ୍‌ ହୋଇଥିଲେ । କିନ୍ତୁ ଏଥର ସେ  ପୁରୁଣା ଭୁଲ ଦୋହରାଇବେ ନାହିଁ । ତାଙ୍କ ପାଇଁ  ଭାରତକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । 

ଏମାନଙ୍କ ବ୍ୟତୀତ ଡେଭନ କନୱେ ମଧ୍ୟ  ଚିନ୍ତା ସାଜି ପାରନ୍ତି ବୋଲି ପୂର୍ବତନ ଭାରତୀୟ  ବ୍ୟାଟର ଅମ୍ବାତି ରାୟୁଡ଼ୁ ପ୍ରକାଶ କରିଛନ୍ତି ।  ଫାଇନାଲ୍‌ ମ୍ୟାଚ୍‌ରେ କନୱେଙ୍କୁ ଏକାଦଶରେ  ସାମିଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।  ସେ ଜଣେ ବିସ୍ଫୋରକ ବ୍ୟାଟର । ପ୍ରାରମ୍ଭରୁ ସେ  ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ  ଲୟ ବିଗାଡ଼ି ପାରନ୍ତି ବୋଲି ରାୟୁଡ଼ୁ କହିଛନ୍ତି ।

ମୋଟ ଉପରେ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ  ବେଶ୍‌ ଶୃଙ୍ଖଳିତ ଦଳ । ସର୍ବଦା ଚତୁର ରଣନୀତି ସହ  ଦଳଗତ ପ୍ରଦର୍ଶନ କରିବାରେ ନ୍ୟୁଜିଲାଣ୍ଡ ସିଦ୍ଧହସ୍ତ । ଶେଷ ବଲ୍‌ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ନ୍ୟୁଜିଲାଣ୍ଡ  ପସନ୍ଦ କରେ । ଭାରତ ପାଇଁ ନ୍ୟୁଜିଲାଣ୍ଡ ଏଥର  କିଛି ଭିନ୍ନ ରଣ କୌଶଳ ପ୍ରସ୍ତୁତ କରିବା ନିଶ୍ଚିତ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.