ଦୁବାଇ ୦୨/ ୦୩ : ଚମ୍ପିଆନ୍ସ ଟ୍ରଫି ୨୦୨୫ । ଟ୍ରଫିର ଶେଷ ଲିଗ୍‌ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ ଟିମ୍‌ । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍‌ । ଟିମ୍ ଇଣ୍ଡିଆରେ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣାଙ୍କ ସ୍ଥାନରେ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିିଳିଛି । ଦୁବାଇ ଗ୍ରୁପ୍‌-ଏ’ର ଶୀର୍ଷ ସ୍ଥାନ ପାଇଁ ଚାଲିଛି ଲଢ଼େଇ।

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି  ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ  କରିସାରିଛନ୍ତି । ପଏଣ୍ଟ ତାଲିକାରେ  ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ  ସ୍ଥାନରେ ରହିଛନ୍ତି । ଏହି ଗ୍ରୁପ୍‌ରୁ ପାକିସ୍ତାନ  ଓ ବାଂଲାଦେଶ ବିଦାୟ ନେଇଛନ୍ତି । ଆଜି ମ୍ୟାଚ୍‌ ଉପରେ  ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର  କରୁଛି । ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ  ସ୍ଥାନ ଦଖଲ କରିଥିବା ଦଳ ସେମିରେ  ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ  ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା  କରିବ । 

ଚୂଡ଼ାନ୍ତ ଏକାଦଶ:-

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ  ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ  ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ୱାସିଂଟନ  ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ/, ମହମ୍ମଦ ସାମି, ଅର୍ଶଦୀପ ସିଂହ । 

ନ୍ୟୁଜିଲାଣ୍ଡ: ଡେଭନ କନୱେ, ରଚିନ ରବିନ୍ଦ୍ର,  କେନ ୱିଲିୟମସନ, ଡାରିଲ ମିଚେଲ, ଟମ  ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌,  ମିଚେଲ ସାଣ୍ଟନର(ଅଧିନାୟକ), କେଲି ଜାମିସନ,  ମାଟ୍‌ ହେନରୀ, ୱିଲ ଓ’ରୁର୍କ ।