କରାଚୀ,୦୮/୧୧: ଆସନ୍ତା  ବର୍ଷ ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଆୟୋଜନ କରିବ ଚାମ୍ପିଅନ୍ସ  ଟ୍ରଫି । କେବଳ ଭାରତ ପାଇଁ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର କ୍ରୀଡ଼ାସୂଚୀ ଘୋଷଣା ହୋଇପାରି ନାହିଁ ।

 ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏସିଆ କପ୍‌ ଭଳି ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବିସିସିଆଇର ଦାବିକୁ ପିସିବି ଗ୍ରହଣ କରିଛି ।ହାଇବ୍ରିଡ୍‌ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଭାରତ  ସମସ୍ତ ମ୍ୟାଚ୍‌ ୟୁଏଇରେ ଖେଳିବ । ଭାରତୀୟ ଦଳକୁ ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ପାକିସ୍ତାନ ଗସ୍ତ  କରିବାକୁ ଅନୁମତି ଦେବେ ନାହିଁ । ତେଣୁ ବିସିସିଆଇ ହାଇବ୍ରିଡ୍‌ ମଡେଲ ଆପଣାଇବାକୁ ପିସିବିକୁ ପ୍ରସ୍ତାବ ଦେଇଥିଲା । ଏଥିରେ ପିସିବି ସହମତି  ପ୍ରକାଶ କରିଥିବା ଜଣା ପଡ଼ିଛି । ୨୦୨୩  ଏସିଆ କପ୍‌ରେ ପାକିସ୍ତାନ ଆୟୋଜକ  ରହିଥିଲା । ଭାରତ ତା’ର ସମସ୍ତ ମ୍ୟାଚ୍‌  ଶ୍ରୀଲଙ୍କାରେ ଖେଳିଥିଲା ।  ଚାମ୍ପିଅନ୍ସ ଟ୍ରଫିରେ ଭାରତ  ୟୁଏଇରେ (ସାରାଜା କିମ୍ବା ଦୁବାଇ)  ସମସ୍ତ ମ୍ୟାଚ୍‌ ଖେଳିବ । ଆଇସିସି ସହ  ଆଲୋଚନା ପରେ ଆସନ୍ତା ସପ୍ତାହରେ  କ୍ରୀଡ଼ାସୂଚୀ ଘୋଷଣା କରାଯିବ ବୋଲି  ପିସିସିର ଜଣେ ଅଧିକାରୀ କହିଛନ୍ତି।