ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଟିମ୍ ଇଣ୍ଡିଆ ଉପରେ ହେବ ଧନ ବର୍ଷା, ଚମ୍ପିଆନ୍ସ ଟ୍ରଫି ଜିତିବା ପରେ BCCI ଦେବ ଏତେ କୋଟିର ନଗଦ ପୁରସ୍କାର

Published By : Prameya | March 20, 2025 3:54 PM

ନୂଆଦିଲ୍ଲୀ,୨୦।୩:  ଚମ୍ପିଆନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆ ଉପରେ ବିସିସିଆଇ କରିବ ଧନ ବର୍ଷା। ଟିମ୍ ଇଣ୍ଡିଆ ପାଇଁ ନଗଦ ୫୮ କୋଟି ଟଙ୍କାର ପୁରସ୍କାର ଘୋଷଣା। ଏହି ପୁରସ୍କାର ରାଶି ଖେଳାଳି, କୋଚିଂ, ସପୋର୍ଟ ଷ୍ଟାଫ୍ ଓ ସିଲେକ୍ଟ ମଧ୍ୟ କମିଟିକୁ ମିଳିବ। ତେବେ ବୋର୍ଡ ଏହା ସ୍ପଷ୍ଟ କରିନି ଯେ, କାହାକୁ କେତେ ମିଳିବ ?

ଭାରତୀୟ କ୍ରିକେଟ୍ କନଟ୍ରୋଲ ବୋର୍ଡ ବା BCCIର ବଡ଼ ଘୋଷଣା। ଚମ୍ପିଆନ୍ସ ଟ୍ରଫି ୨୦୨୫ ଜିତିଥିବା ଟିମ୍ ଇଣ୍ଡିଆ ଉପରେ କରିବ ଧନ ବର୍ଷା। ଦଳକୁ ମିଳିବ ୫୮ କୋଟି ଟଙ୍କାର ନଗଦ ପୁରସ୍କାର ରାଶି। BCCI ର ନଗଦ ପୁରସ୍କାର ସରକାରୀ ପୁରସ୍କାର ଟଙ୍କାର ୩ ଗୁଣ ଅଧିକ ବୋଲି ଜଣା ପଡିଛି । ଏହି ଅର୍ଥ ଖେଳାଳି, କୋଚିଂ, ସହଯୋଗୀ ଷ୍ଟାଫ୍ ଓ ସିଲେକ୍ଟ କମିଟିକୁ ମିଳିବ। ଖେଳାଳିଙ୍କ ଏହି ଦମଦାର ପ୍ରଦର୍ଶନକୁ ନେଇେ   ବିସିସିଆଇ ସଭାପତି ରୋଜର ବିନି କରିଛନ୍ତି ପ୍ରଶଂସା । ସେ କହିଛନ୍ତି ଟିମ୍‌ର ସମସ୍ତ ଖେଳାଳି ଏବଂ ସଦସ୍ୟମାନଙ୍କ ନିଷ୍ଠା ଏବଂ ଦକ୍ଷତା ଭାରତକୁ ବିଶ୍ଵସ୍ତରରେ ପ୍ରଶଂସିତ କରିଛି। 

ପୁରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଖୁବ୍ ଚମତ୍କାର ରହିଥିଲା।  ରୋହିତ ଶର୍ମାଙ୍କ ନେତୃତ୍ବରେ ଅପରାଜେୟ ରହିଥିଲା ଦଳ। ପର୍ଯ୍ୟାୟକ୍ରମେ ଲିଗ୍‌ ମ୍ୟାଚରେ ବାଂଲାଦେଶ, ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ପରବର୍ତ୍ତୀ ସମୟରେ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ କରିଥିଲା ପ୍ରବେଶ। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚମ୍ପିଆନ ଟ୍ରଫି ହାତେଇଥିଲା। ଟିମ୍ର ଏହି ପ୍ରଦର୍ଶନ ପରେ ବିସିସିଆଇ ଏହି ବଡ଼ ଘୋଷଣା କରିଛି। ଏହା ପୂର୍ବରୁ ୨୦୨୪ରେ ଦଳ ଆଇସିସି ଟି-୨୦ ବିଶ୍ଵକପ ଟାଇଟଲ ବିଜୟୀ ହୋଇଥିଲା। ସେତେବେଳେ ପୁରସ୍କାର ଭାବେ ଟିମ୍ ପାଇଁ ୧୨୫  କୋଟି ଟଙ୍କା ଘୋଷଣା କରିଥିଲା ବିସିସିଆଇ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.