ରାଜକନିକା,୩୧/୩: ଦିନକୁ ଦିନ ଗାଡ଼ି ମୋଟର ସଂଖ୍ୟା ବଢିବାରେ ଲାଗିଥିବା ବେଳେ ରାଜକନିକା ସଦର ଚନ୍ଦନପୋଖରୀ ଛକରେ ଜଟିଳ ହେଉଛି ଟ୍ରାଫିକ୍‌ ସମସ୍ୟା । ଦିନରାତି ଅହରହ ହାଇୱା, ଟ୍ରକ୍‌, ଟ୍ରାକ୍ଟର, ବସ୍‌ ଆଦି ଗାଡ଼ି ଯାତାୟତ କରିବା ବେଳେ ଏହି ସ୍ଥାନରେ ପ୍ରବଳ ଗହଳି ହେଉଛି । ବିଶେଷକରି କଲେଜ, ସ୍କୁଲ୍‌ ଛାତ୍ରମାନେ ଯିବା ଆସିବା ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଉଛି । ଜନଗହଳି ପୂର୍ଣ୍ଣ ଏହି ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ ହେଉ ନ ଥିବାରୁ ଏହି ସମସ୍ୟା ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।