ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦୁଇରୁ ଅଧିକ ସନ୍ତାନ ଜନ୍ମ ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ଆଗକୁ ଆସିବ ନୂଆ ଆଇନ

Published By : Prameya | October 21, 2024 10:46 AM

ଅମରାବତୀ,୨୧/୧୦: ଦୁଇରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ  ନାଇଡୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ରାଜ୍ୟରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି । ଅଧିକ ସନ୍ତାନ ଜନ୍ମ ନକଲେ ଆଗାମୀ ଦିନରେ କେବଳ ରାଜ୍ୟର ନୁହେଁ,ଦେଶର ଜନସଂଖ୍ୟା ଉପରେ ତାର ପ୍ରଭାବ ପଡିବ ।  

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ସରକାର ଆଗାମୀ  ଦିନରେ ଏକ ନୂଆ ଆଇନ୍‌ ଆଣିବାକୁ ବିଚାର କରୁଛନ୍ତି ।  ଯାହାଫଳରେ ୨ରୁ ଅଧିକ ସନ୍ତାନ ଥିବା ଲୋକମାନେ ପୌର ଓ ପଞ୍ଚାୟତ ନିର୍ବାଚନ ଲଢ଼ିପାରିବେ । ଅମରାବତୀ ଠାରେ ପୂର୍ବ ସରକାର ବେଳେ ବନ୍ଦ ରହିଥିବା ନିର୍ମାଣ କାର୍ଯ୍ୟର ପୁନଃଆରମ୍ଭ କରି ଚନ୍ଦ୍ରବାବୁ କହିଛନ୍ତି ଦକ୍ଷିଣ  ଭାରତ ବିଶେଷକରି ଆନ୍ଧ୍ରରେ ବୟସ୍କ ଲୋକଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । ତା ତୁଳନାରେ ପିଲାଙ୍କ ସଂଖ୍ୟା କମ୍‌  ରହିଛି । ଜାତୀୟ ସ୍ତରରେ ଜନ୍ମହାର ୨.୧ ରହିଥିଲା ବେଳେ  ଦକ୍ଷିଣ ଭାରତରେ ଏହା ୧.୬ ରହିଛି । ଏଭଳି ସ୍ଥିତି ଲାଗି  ରହିଲେ ଆଗାମୀ ୨୦୪୭ ବେଳକୁ ଦକ୍ଷିଣ ଭାରତରେ  ବୟସ୍କଙ୍କ ସଂଖ୍ୟା ବହୁ ଅଧିକ ହୋଇଯାଇଥିବ । ଯାହାକି ଦେଶର ଜନସଂଖ୍ୟା ଉପରେ ଘୋର ପ୍ରଭାବ ପକାଇବ ।  ବୟସ୍କଙ୍କ ସଂଖ୍ୟା ବଢ଼ିବା କାରଣରୁ ଜାପାନ, ଚୀନ୍‌ ଓ  ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକ ପ୍ରଭାବିତ ହୋଇଛନ୍ତି ।  ଗାଁର ଯୁବପିଢ଼ି କାମଧନ୍ଦା ଅନ୍ୱେଷଣରେ ସହରକୁ କିମ୍ବା  ବିଦେଶକୁ ପଳାଇ ଯାଉଥିବାରୁ ଗ୍ରାମାଞ୍ଚଳରେ ଏବେ  କେବଳ ବୟସ୍କ ଲୋକମାନଙ୍କୁ ଦେଖିବାକୁ ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.