ପ୍ରମୂଖ ଖବର
  • କଟକ : ଟ୍ରକ୍‌ ଧକ୍କାରେ ବାପ ପୁଅଙ୍କ ମୃତ୍ୟୁ, ଡ୍ରାଇଭର ଫେରାର
  • ||
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ

Published By : Prameya | January 11, 2025 11:16 AM

କୋଣାର୍କ, ୧୧।୧ : କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଶନିବାର କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ, ଇନିଷ୍ଟିଚ୍ୟୁଟ ଅଫ ନଲେଜ ସୋସାଇଟ, ଇଣ୍ଡିଆନ ନଭେଲ କଲେକ୍ଟିଭ ପକ୍ଷରୁ ଏକାଦଶ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ ହୋଇଛି। ଏହି ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଚିତ୍ରକର ଯତୀନ ଦାଶ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଅରୁଣ କମଲ, ପ୍ରଖ୍ୟାତ ତେଲୁଗୁ କବି ୟାକୁବ, ଉର୍ଦ୍ଦୁ କବି ଓ ଚିତ୍ରକର ଜୟନ୍ତ ପରାମାର, ନେପାଳର ବିଶିଷ୍ଟ କବି ୟୁୟୁଥ ଶର୍ମା, ତେଲୁଗୁ ଆଦିବାସୀ ଯୁବ କବି ରମେଶ କାର୍ତ୍ତିକ ନାୟକ, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ଭିସି  ସୁପ୍ରିୟା ପଟ୍ଟନାୟକ, ପଶ୍ଚିମବଙ୍ଗର ବିଶିଷ୍ଟ କବି ପ୍ରବାଲ ବାସୁ,ତାମିଲ କବି ସଲମା, ବିଶିଷ୍ଟ ଇଂରାଜୀ କବି ଅଶ୍ବୀନି କୁମାର ପ୍ରମୁଖ ଯୋଗ ଦେଇଥିଲେ। 

ଆମେରିକା, ଜର୍ମାନୀ, କାମେରୁନ ଦେଶ ସମେତ ଭାରତର ବିଶିଷ୍ଟ କବି ଓ କବୟତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଇଂରାଜୀ, ଓଡ଼ିଆ କବିତା, ଭାରତୀୟ କବିତା, ଦଳିତ ଆଦିବାସୀ କବିତା, ପ୍ରେମ କବିତା, ସମସାମୟିକ, ମହିଳା କବିତା ଓ ଓଡ଼ିଆ କବିତା ଆଦି ସ୍ଥାନ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ କବିତା ପାଠ ଓ ଭାରତୀୟ କବିତାର ଧାରା, ମହିଳା କବିତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଓ ଇଂରାଜୀ କବିତା ପଠନ ହୋଇଥିଲା। ୧୨ଟି କବିତା ଉନ୍ମୋଚନ ହେଲା। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ, ଅଶ୍ବିନୀ କୁମାର, ସରୋଜ ମହାନ୍ତି, ସଞ୍ଜୋଗିତା ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ରବିବାର ଏହି ଉତ୍ସବ ଉଦଯାପିତ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.