ଲକ୍ଷ୍ନୌ,୧୬।୩: ଉତ୍ତର ପ୍ରଦେଶ ହାଥରସ୍‌ରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଏହି ମାମଲାରେ ଅଭିଯୁକ୍ତ ହେଉଛି ଜଣେ ମୁସଲମାନ ଯୁବକ। ପୋଲିସ ଅଭିଯୁକ୍ତକୁ ଅମନକୁ ଗିରଫ କରିଛି।  ତେବେ ଅଭିଯୁକ୍ତ ଜଣେ ନାବଳକ ବୋଲି ଜଣାପଡିଛି। ଘଟଣା ପରେ ଉତ୍ୟକ୍ତ ଲୋକେ ମସଜିଦ୍‌କୁ ଟେକା ପଥର ମାଡ଼ କରିଥିଲେ।  ପ୍ରବଳ ଉତ୍ତେଜନା ସୃଷ୍ଟି ହେବା ଫଳରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସବଳ ମୁତୟନ ହୋଇଛନ୍ତି। ଅଧିକାରୀମାନେ ଲୋକଙ୍କୁ ବୁଝା-ସୁଝା କରି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିଥିଲେ।  

ଉଲ୍ଲେଖନୀୟ ଯେ, ହାଥରସ୍ ସାଦାବାଦ୍ ଥାନା ଅନ୍ତର୍ଗତ ଏକ ଗାଁରେ ୭ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ହୋଇଛି। ଏହି କଥା ସାମନାକୁ ଆସିବା ପରେ ଉତ୍ୟକ୍ତ ଲୋକେ ହଙ୍ଗାମା ଆରମ୍ଭ କରିଥିଲେ। କିଛି ଲୋକ ବିସାଭର ମସଜିଦ୍ ଉପରକୁ ପଥରମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ସୂଚନା ପାଇ ହାଇରସ୍ ଏସ୍‌ପି, ବହୁଥାନାର ପୋଲିସ ଫୋର୍ସ ନେଇ ସେଠାରେ ପହଁଞ୍ଚିଥିଲେ। ସେ କୌଣସି ପ୍ରକାର ବୁଝାମଣା କରି ଲୋକଙ୍କୁ ଶାନ୍ତ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଏହି ଗାଁର ଜଣେ ୭ ବର୍ଷର ନାବାଳିକା ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ବେଳେତାଙ୍କୁ ସେଠାରୁ ଉଠାଇ ନେଇଯାଇଥିଲା ଅଭିଯୁକ୍ତ।

ଅଭିଯୋଗ ରହିଛି ଯେ, ନାବାଳିକା ସହ ଦୁଷ୍କର୍ମ ହୋଇଛି। କିନ୍ତୁ ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ଅସଦାଚରଣ  ମାମଲା ରୁଜୁ କରିଥିଲା।  ତେବେ ପରେ ଝିଅଟି ଦୁଷ୍କର୍ମ ହୋଇଥିଲା କଥା କହିବା ପରେ ପୋଲିସ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା। କିନ୍ତୁ ରବିବାର ସକାଳେ ପୁଣିଥରେ ହଙ୍ଗାମା ଆରମ୍ଭ ହୋଇଥିଲା। ଉତ୍ୟକ୍ତ ଲୋକେ ନିକଟସ୍ଥ ମସଜିଦ୍‌ରେ ଭଙ୍ଗାରୁଜା କରିଥିଲେ।