ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

୭ ବର୍ଷର ଝିଅ ସହ ଦୁଷ୍କର୍ମ, ଅଭିଯୁକ୍ତ ମୁସଲିମ୍ ଯୁବକ ଗିରଫ: ପଥର ମାଡ଼ କରି ମସଜିଦ୍‌ର କବାଟ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

Published By : Prameya | March 16, 2025 5:01 PM

ଲକ୍ଷ୍ନୌ,୧୬।୩: ଉତ୍ତର ପ୍ରଦେଶ ହାଥରସ୍‌ରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ। ଏହି ମାମଲାରେ ଅଭିଯୁକ୍ତ ହେଉଛି ଜଣେ ମୁସଲମାନ ଯୁବକ। ପୋଲିସ ଅଭିଯୁକ୍ତକୁ ଅମନକୁ ଗିରଫ କରିଛି।  ତେବେ ଅଭିଯୁକ୍ତ ଜଣେ ନାବଳକ ବୋଲି ଜଣାପଡିଛି। ଘଟଣା ପରେ ଉତ୍ୟକ୍ତ ଲୋକେ ମସଜିଦ୍‌କୁ ଟେକା ପଥର ମାଡ଼ କରିଥିଲେ।  ପ୍ରବଳ ଉତ୍ତେଜନା ସୃଷ୍ଟି ହେବା ଫଳରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସବଳ ମୁତୟନ ହୋଇଛନ୍ତି। ଅଧିକାରୀମାନେ ଲୋକଙ୍କୁ ବୁଝା-ସୁଝା କରି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିଥିଲେ।  

ଉଲ୍ଲେଖନୀୟ ଯେ, ହାଥରସ୍ ସାଦାବାଦ୍ ଥାନା ଅନ୍ତର୍ଗତ ଏକ ଗାଁରେ ୭ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ ହୋଇଛି। ଏହି କଥା ସାମନାକୁ ଆସିବା ପରେ ଉତ୍ୟକ୍ତ ଲୋକେ ହଙ୍ଗାମା ଆରମ୍ଭ କରିଥିଲେ। କିଛି ଲୋକ ବିସାଭର ମସଜିଦ୍ ଉପରକୁ ପଥରମାଡ କରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ। ସୂଚନା ପାଇ ହାଇରସ୍ ଏସ୍‌ପି, ବହୁଥାନାର ପୋଲିସ ଫୋର୍ସ ନେଇ ସେଠାରେ ପହଁଞ୍ଚିଥିଲେ। ସେ କୌଣସି ପ୍ରକାର ବୁଝାମଣା କରି ଲୋକଙ୍କୁ ଶାନ୍ତ କରିଥିଲେ। ମିଳିଥିବା ସୂଚନା ଅନୁସାରେ, ଶନିବାର ରାତିରେ ଏହି ଗାଁର ଜଣେ ୭ ବର୍ଷର ନାବାଳିକା ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ବେଳେତାଙ୍କୁ ସେଠାରୁ ଉଠାଇ ନେଇଯାଇଥିଲା ଅଭିଯୁକ୍ତ।

ଅଭିଯୋଗ ରହିଛି ଯେ, ନାବାଳିକା ସହ ଦୁଷ୍କର୍ମ ହୋଇଛି। କିନ୍ତୁ ଅଭିଯୋଗ ଆଧାରରେ ପୋଲିସ ପ୍ରଥମେ ଅସଦାଚରଣ  ମାମଲା ରୁଜୁ କରିଥିଲା।  ତେବେ ପରେ ଝିଅଟି ଦୁଷ୍କର୍ମ ହୋଇଥିଲା କଥା କହିବା ପରେ ପୋଲିସ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା। କିନ୍ତୁ ରବିବାର ସକାଳେ ପୁଣିଥରେ ହଙ୍ଗାମା ଆରମ୍ଭ ହୋଇଥିଲା। ଉତ୍ୟକ୍ତ ଲୋକେ ନିକଟସ୍ଥ ମସଜିଦ୍‌ରେ ଭଙ୍ଗାରୁଜା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.