ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସେୟାର ବଜାରରେ କମ୍ପନ, ୮ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

Published By : Tapas Panda | November 13, 2024 5:01 PM

ନୂଆଦିଲ୍ଲୀ: ସେୟାର ବଜାରରେ ହାହାକାର । ଲଗାତାର ପଞ୍ଚମ ଦିନ ଲାଲ ସଂକେତରେ ବନ୍ଦ ହୋଇଛି ସେୟାର ବାଜର । ବୁଧବାର ବିଏସଇ ସେନସେକ୍ସ ୯୮୪.୨୩ ଅଙ୍କ ହ୍ରାସ ସହ ୭୭,୬୯୦.୯୫ ଅଙ୍କରେ ବନ୍ଦ ହୋଇଛି । ସେହିଭଳି ଏନଏସ୍‌ଇର ନିଫ୍ଟିରେ ୩୨୪.୪୦ ଅଙ୍କ ହ୍ରାସ ଦେଖିବାକୁ ମିଳିଛି ।  ସପ୍ତାହର ତୃତୀୟ ଦିନରେ ସେନସେକ୍ସର ୩୦ କମ୍ପାନିରୁ ୨୬ କମ୍ପାନିର ଶେୟାରରେ ହ୍ରାସ ଘଟିଛି । କେବଳ ୪ଟି କମ୍ପାନିର ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟିର ୫୦ରୁ ୪୪ କମ୍ପାନିର ଶେୟାର ଲାଲ ସଂକେତରେ ବନ୍ଦ ହୋଇଛି ।

ଆଜିର ଏହି ହ୍ରାସ ଯୋଗୁଁ ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ପ୍ରାୟ ୭.୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ବ୍ରଡର ମାର୍କେଟ୍‌ରେ ବି ହାହାକାର ପଡ଼ିଛି । ବିଏସଇର ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୨ ପ୍ରତିଶତ ଏବଂ ସ୍ମଲକ୍ୟାପ୍ ଇଣ୍ଡେକ୍ସ ୩ ଶତାଂଶ ତଳକୁ ଖସି ବନ୍ଦ ହୋଇଛି । ଦରଦାମ ବୃଦ୍ଧିର ଭୟ ନିବେଶକଙ୍କୁ ଅସ୍ଥିର କରିଛି । ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୧ ଶତାଂଶ ରହିଛି । ଗତ ୧୪ ମାସରେ ଏହା ମୁଦ୍ରାସ୍ଫୀତିର ସର୍ବୋଚ୍ଚ ସ୍ତର । ଏହାସହ ଆରବିଆଇର ୨-୬% ଲକ୍ଷ୍ୟଠାରୁ ମଧ୍ୟ ଉପରେ ରହିଛି । ମୁଦ୍ରାସ୍ଫୀତି ଉଚ୍ଚ ରହିବା କାରଣରୁ ଆରବିଆଇ ସୁଧ ହାର ହ୍ରାସରେ ବିଳମ୍ୱ କରିପାରେ । 

ଘରୋଇ ପୁଞ୍ଜି ବଜାର ଦୀର୍ଘ ଦିନରୁ ସୁଧ ହାର ହ୍ରାସକୁ ଅପେକ୍ଷା କରିଛି । ସେୟାର ବଜାର ପାଇଁ କମ୍ପାନିଗୁଡ଼ିକ ଅର୍ଣ୍ଣିଂ ଗ୍ରୋଥ୍ ବଡ଼ ସମସ୍ୟା ହୋଇ ରହିଛି । ଏବେ ସୁଦ୍ଧା ଅଧିକାଂଶ କମ୍ପାନିର ସେପ୍ଟେମ୍ୱର ପରିଣାମ ଅନୁମାନଠାରୁ କମ ରହିଛି । ସେପଟେ ବିଦେଶୀ ନିବେଶକ ମଧ୍ୟ ଲଗାତାର ଭାରତୀୟ ବଜାରରୁ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି । କେବଳ ନଭେମ୍ୱରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫,୧୮୦.୭୨ କୋଟି ଟଙ୍କା ବାହାର କରିସାରିଛନ୍ତି । ସେୟାର ବଜାରରେ ଗତ କିଛି ମାସ ଧରି ଲଗାତାର ନିମ୍ନମୁଖୀ ରହିଛି । ସେନସେକ୍ସ ଏବଂ ନିଫ୍ଟି ନିଜର ସର୍ବକାଳୀନ ଉଚ୍ଚ ସ୍ତରଠାରୁ ୧୦ ଶତାଂଶରୁ ଅଧିକ ହ୍ରାସ ପାଇଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ମିଡ୍‌କ୍ୟାପ୍‌ ଏବଂ ଲାର୍ଜକ୍ୟାପ୍ ସେଗମେଣ୍ଟର ଭାଲ୍ୟୁଏସନ୍ ଏବେ ବି ଉଚ୍ଚ ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.