ନୂଆଦିଲ୍ଲୀ,୧୬/୦୭: ସାରା ଦୁନିଆରେ ହଜାର ହଜାର ୟୁଜର୍ସ OpenAIର AI ଚାଟବଟ୍ ଚାଟ୍ ଜିପିଟି ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆମେରିକାରେ ଏହି ସମସ୍ୟା ଅଧିକ ଦେଖାଦେଇଥିବା ବେଳେ ୮ ହଜାରରୁ ଅଧିକ ୟୁଜର୍ସ କ୍ଲେମ୍ ରିପୋର୍ଟ କରିଛନ୍ତି । ଆକାଉଣ୍ଟ ଲଗଇନ ନ ହେବା, ମେସେଜରେ ତ୍ରୁଟି ଓ ଚାଟ୍ ଲୋଡ୍ ନ ହେବା ଭଳି ସମସ୍ୟା ଦେଖାଯାଉଥିବା ୟୁଜର୍ସ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ Open AI ର ପ୍ରତିକ୍ରିୟା ମଧ୍ୟ ଆସିଛି। କ୍ଲେମକୁ ଟ୍ରାକ୍ କରୁଥିବା ଏକ ୱେବସାଇଟ୍ ଡାଉନ ଡିଟେକ୍ଟର ଅନୁଯାୟୀ,୮୧ ପ୍ରତିଶତ ୟୁଜର ChatGPT ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେହିପରି ୯ ପ୍ରତିଶତ ୟୁଜର ମୋବାଇଲ୍ ଆପ୍ ସହ ସମସ୍ୟାର ସମ୍ମୁଖୀନ ହେଇଛନ୍ତି। ଭାରତରେ ମଧ୍ୟ କିଛି ଉପଭୋକ୍ତା ସମସ୍ୟା ବିଷୟରେ ରିପୋର୍ଟ କରିଛନ୍ତି। କିନ୍ତୁ ଏଠାରେ ସଂଖ୍ୟା ବହୁତ କମ୍ ଅଛି। ସକାଳ ୭ଟା ୩୦ ସୁଦ୍ଧା କେବଳ ୧୫୩ଜଣ ଉପଭୋକ୍ତା ଅଭିଯୋଗ ଅସିଥିଲା । ଅନେକ ଲୋକ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ଚିନ୍ତା ପ୍ରକାଶ କରିବା ସହ ସ୍କ୍ରିନସଟ୍ ସେୟାର କରିଥିଲେ।