ଆସିକା, ୧୧।୬ : ରେୱେ ଚାକରି କରେଇ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ I ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ l
ସୂଚନା ଅନୁସାରେ ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମର ବାଳକୃଷ୍ଣ ପାଳଙ୍କୁ ରେଳୱେ ଲୋକ ପାଇଲଟ ଚାରିକି କରେଇଦେବାକୁ ପ୍ରଲୋଭନ ଦେଖାଇ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଓଲଟପୁର ଗ୍ରାମର ଗଦାଧର ନାଥ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ l ଯାହାକୁ ନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗକୁ ଆଧାର କରି ଆସିକା ଥାନାର ଦୁଇଟି ଟିମ ଭଦ୍ରକ ପୋଲିସ ସହାୟତା ରେ ଅଭିଯୁକ୍ତ ଗଦାଧର ନାଥ କୁ ଭଦ୍ରକ ରୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଠାରୁ ନକଲି ନିଯୁକ୍ତି ପତ୍ର ସହ ଦେଢ଼ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନ l
ଆହୁରି ପଢନ୍ତୁ : ମାଡ଼ ମାରି କୂଅରେ ପକାଇ ଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଯୁବକ ଜୀବନ୍ତ ଉଦ୍ଧାର