ଭୁବନେଶ୍ୱର, ୧୩/୦୫ : ଅନଲାଇନ୍ ରେ ଔଷଧ ମିଳିବାକୁ ବିରୋଧ। ପ୍ରତିବାଦରେ ଆସନ୍ତା ୨୦ରେ ରାଜ୍ୟରେ ବନ୍ଦ ରହିବ ଔଷଧ ଦୋକାନ। ଏନେଇ ଏକ ପ୍ରେସବିବୃତ୍ତି ଜରିଆରେ ସୂଚନା ଦେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। 

ଆସୋସିଏସନର ସାଧାରଣ ସଭାପତି ପି ସତ୍ୟନାରାୟଣ ଓ ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି ଯେ, ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନରେ ୩୦ହଜାର ଔଷଧ ବ୍ୟବସାୟୀ ଅଛନ୍ତି। ସେମାନଙ୍କ ଯୋଗୁ ଅଢେଇ ଲକ୍ଷ ପରିବାର ପ୍ରତିପୋଷଣ ହେଉଛି । ଗୋଟିଏ ପଟେ ଅନଲାଇନ୍‌ରେ ଔଷଧ କାରବାର ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଔଷଧ ଦୋକାନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାମ ବନ୍ଦ ହେବାକୁ ବସିଛି। ଅନଲାଇନରେ ଡ୍ରଗ୍ସ ଓ କସମେଟିକ୍‌ ବ୍ୟବସାୟ ଆଇନସମ୍ମତ ନୁହେଁ । ତଥାପି କେହି ଏଦିଗରେ ସଚେତନ ନୁହନ୍ତି। ଏହାର ପ୍ରତିବାଦ ସ୍ୱରୂପ ଆସନ୍ତା ୨୦ରେ ସମସ୍ତ ଔଷଧ ଦୋକାନ ବନ୍ଦ ପାଇଁ ଆସୋସିଏସନ ନିଷ୍ପତ୍ତି ନେଇଛି। 

ଏହି ଖବରଟିକୁ ପଢନ୍ତୁ-Ayub Khan Passes Away : କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ