ଭୁବନେଶ୍ଵର, ୧୩/୦୫ : କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ପରଲୋକ। ସକାଳେ କଣ୍ଟାବାଞ୍ଜି ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ସକାଳ ୮.୩୦ରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟ ସମୟରେ ତାଙ୍କୁ ୭୮ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ବରିଷ୍ଠ ରାଜନେତା ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଖବର ପାଇ ମୁଁ ଦୁଃଖିତ। ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
ବରିଷ୍ଠ ରାଜନେତା ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ ଖବର ପାଇ ମୁଁ ଦୁଃଖିତ।
— Mohan Charan Majhi (@MohanMOdisha) May 13, 2026
ଜଣେ ଅଭିଜ୍ଞ ଜନପ୍ରତିନିଧି ଭାବେ ସେ ସର୍ବଦା ସ୍ମରଣୀୟ ରହିବେ। ଏହି ଦୁଃଖଦ ସମୟରେ ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି। pic.twitter.com/DRfcckhj7L
ଆୟୁବ ଖାଁ ସ୍ବାଧୀନ ପ୍ରାର୍ଥୀ ଭାବେ ଥରେ ଏବଂ ବିଜେଡି ଦଳରୁ ଥରେ ବିଧାୟକ ନର୍ବାଚିତ ହୋଇଥିଲେ। ଦୁଇ ଦୁଇ ଥର ବିଧାୟକ ହୋଇ ଅଞ୍ଚଳ ପାଇଁ ବହୁ କିଛି ଉନ୍ନତି ମୂଳକ କାମ କରିଯାଇଥିଲେ। କଣ୍ଟାବାଞ୍ଜି ପାଇଁ ତାଙ୍କର ଅନେକ ଅବଦାନ ରହିଛି।
ଏହି ଖବରଟିକୁ ପଢନ୍ତୁ- ଇସ୍ପିତା ନିଖୋଜକୁ ବିତିଲା ଦୁଇ ମାସ, ମିଳୁନି ଖୋଜ ଖବର.. ୨୫ ହଜାର ପୁରସ୍କାର ରାଶି ଘୋଷଣା କଲା ପୁଲିସ