ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଙ୍ଗଳବାର ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ

Published By : Prameya | December 10, 2024 8:33 AM

ପୁରୀ,୧୦/୧୨: ମଙ୍ଗଳବାର ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ, ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ  ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ । ସନ୍ଧ୍ୟା ସାଢ଼େ ୫ଟା  ବେଳେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସଭାଗୃହରେ  ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ  ଅଧ୍ୟକ୍ଷତା କରିବେ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ  ସମୟ ନିର୍ଘଣ୍ଟ କରିବାକୁ ଦୁଇ ଜଣିଆ କମିଟି ବୈଠକରେ  ବିବରଣୀ ରଖିବା ପରେ ଏହାକୁ ଆଲୋଚନା କରାଯାଇ ଚୂଡ଼ାନ୍ତ  ମୋହର ବାଜିବ । ରତ୍ନଭଣ୍ଡାର ମରାମତି ନିମନ୍ତେ ପ୍ରତିଦିନ  ଅତିକମ୍‌ରେ ୬ରୁ ୮ ଘଣ୍ଟା ସମୟ ମାଗିଛି ଏଏସ୍‌ଆଇ ।  ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କରିବାକୁ  ଏଏସ୍‌ଆଇ ପ୍ରସ୍ତୁତି ମଧ୍ୟ କରିଛି । ତେଣୁ ଏଏସ୍‌ଆଇକୁ  ରତ୍ନଭଣ୍ଡାର ମରାମତି କରିବାକୁ ଦୈନିକ କେତେ ସମୟ  ମିଳିବ ତାହା ମଙ୍ଗଳବାର ବୈଠକ ପରେ ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.