ପୁରୀ,୧୦/୧୨: ମଙ୍ଗଳବାର ବସିବ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ । ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ ସମୟ ନିର୍ଘଣ୍ଟ, ଆସନ୍ତା ୧୬ ତାରିଖ ଧନୁ ସଂକ୍ରାନ୍ତି ଠାରୁ  ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ହେବ । ସନ୍ଧ୍ୟା ସାଢ଼େ ୫ଟା  ବେଳେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସଭାଗୃହରେ  ଏହି ବୈଠକ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିରେ  ଅଧ୍ୟକ୍ଷତା କରିବେ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନିମନ୍ତେ  ସମୟ ନିର୍ଘଣ୍ଟ କରିବାକୁ ଦୁଇ ଜଣିଆ କମିଟି ବୈଠକରେ  ବିବରଣୀ ରଖିବା ପରେ ଏହାକୁ ଆଲୋଚନା କରାଯାଇ ଚୂଡ଼ାନ୍ତ  ମୋହର ବାଜିବ । ରତ୍ନଭଣ୍ଡାର ମରାମତି ନିମନ୍ତେ ପ୍ରତିଦିନ  ଅତିକମ୍‌ରେ ୬ରୁ ୮ ଘଣ୍ଟା ସମୟ ମାଗିଛି ଏଏସ୍‌ଆଇ ।  ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କରିବାକୁ  ଏଏସ୍‌ଆଇ ପ୍ରସ୍ତୁତି ମଧ୍ୟ କରିଛି । ତେଣୁ ଏଏସ୍‌ଆଇକୁ  ରତ୍ନଭଣ୍ଡାର ମରାମତି କରିବାକୁ ଦୈନିକ କେତେ ସମୟ  ମିଳିବ ତାହା ମଙ୍ଗଳବାର ବୈଠକ ପରେ ଜଣାପଡ଼ିବ ।