ବରଗଡ଼,୧୭/୦୫: ବରଗଡ଼କୁ ଆସୁଛି ଛତିଶଗଡ଼ ଧାନ । ଜିଲ୍ଲାର ବିଭିନ୍ନ ମିଲ୍‌କୁ ପ୍ରତିଦିନ ଟ୍ରକ୍‌ ଯୋଗେ ଏଭଳି ବେଆଇନ ଧାନ ଆସୁଛି । ଛତିଶଗଡରୁ ବରଗଡ଼ ଜିଲ୍ଳାକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତିଦିନ ଶହ ଶହ ଟ୍ରିପ ଧାନ ଆସି ମିଲ୍‌ ଗୁଡ଼ିକୁ ଯାଉଛି । ଏପରିକି ଟ୍ରକ୍‌ ଗୁଡ଼ିକରେ ଚୋରା ଧାନ ମଧ୍ୟ ଆସୁଛି । କାଁ ଭାଁ କେଉଁଠାରେ ପ୍ରଶାସନର ଚଢାଉ ହେଉଛି । ହେଲେ ସରକାର କି ପ୍ରଶାସନ ଜିଲ୍ଲାକୁ ଛତିଶଗଡ ଧାନ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେବା ସହ ମିଳିମିଶି ସବୁ କାରବାର ଚାଲିଛି ବୋଲି ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ବରଗଡ଼କୁ ଛତିଶଗଡ଼ରୁ ବେଆଇନ୍‌ ଭାବେ ଆସୁଛି ଧାନ । ଜିଲ୍ଲାର ବିଭିନ୍ନ ମିଲ୍‌କୁ ପ୍ରତିଦିନ ଟ୍ରକ୍‌ ଯୋଗେ ଏଭଳି ବେଆଇନ ଧାନ ଆସୁଛି । ଛତିଶଗଡରୁ ବରଗଡ଼ ଜିଲ୍ଳାକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ୍‌ ଧାନ ଆସି ମିଲ୍‌ ଗୁଡ଼କୁ ଯାଉଛି । କେବଳ ସେତିକି ନୁହେଁ, ଏହି ଟ୍ରକ୍‌ଗୁଡ଼ିକରେ ଚୋରା ଧାନ ମଧ୍ୟ ଆସୁଛି । ହେଲେ ଏଥିପ୍ରତି କାହାର ନଜର ପଡ଼ୁନାହିଁ । କାଁ ଭାଁ ଗୋଟିଏ ଗୋଟିଏ ସ୍ଥାନରେ ପ୍ରଶାସନର ଚଢାଉ ହେଉଛି । ତେବେ ଏହାକୁ ନେଇ ସରକାର କି ପ୍ରଶାସନ ଜିଲ୍ଲାକୁ ଛତିଶଗଡ ଧାନ ପ୍ରବେଶ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହେବା ସହ ମିଳିମିଶି ସବୁ କାରବାର ଚାଲିଛି ବୋଲି ଅଭିଯୋଗ ହୋଇଛି ।