ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଛତିଶଗଡ଼ ପିକଅପ-ଟ୍ରାକ୍ଟର ଧକ୍କା : ୩ ଓଡ଼ିଆ ଶ୍ରମିକ ମୃତ, ୧୨ ଆହତ

Published By : Gurupada Nath | November 10, 2024 11:16 PM

ନବରଙ୍ଗପୁର, ୧୦/୧୧ :  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ବକାୱଣ୍ଡ ରାଜନଗର ନିକଟରେ ବିଳମ୍ବିତ ରାତି ପିକଅପ-ଟ୍ରାକ୍ଟର ଧକ୍କାରେ ୩ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଶ୍ରମିକ ହେଲେ ଏମ କେରାଗାଁ ପଞ୍ଚାୟତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା(୪୨), ପୂର୍ଣ୍ଣି ଭତ୍ରା(୫୬) ଓ ଦୟାବତୀ ସରାବୁ(୪୪) ।

ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟ ବାକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ ଏମ.କେରାଗାଁ ପଞ୍ଚାୟତ ଶିରାଗୁଡ଼ା ଗ୍ରାମରୁ ୨୦ରୁ୨୫ ଶ୍ରମିକ ପ୍ରତିଦିନ ପିକଅଫ ଯୋଗେ ଯାଉଥିଲେ । ଶନିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ବକାୱଣ୍ଡ ନିକଟ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟରଟ୍ରଲି ସହ ପିକଓଫ ଧକ୍କା ହେଇଥିଲା । ଘଟଣାସ୍ଥଳରେ ଆହତ ସମସ୍ତ ଶ୍ରମିକଙ୍କୁ ଛତିଶଗଡ଼ ଡିମରାପାଲ ମେଡିକାଲ କଲେଜକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୩ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଗୁରୁତର ରହିଥିବା ବେଳେ ଅନ୍ୟମାନେ ଆହତ ହୋଇ ଚିକିତ୍ସା ହେଉଥିବା ସୂଚନା ମିଳିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡିମାରାପାଲା ସ୍ଥିତ ମେଡ଼ିକାଲରେ  ପହଞ୍ଚି   ଚିକିତ୍ସାଧୀନ ଥିବା ଗୁରୁତର ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଶବ ବ୍ୟବଚ୍ଛେଦ ପରେ ମୃତକ ଙ୍କ ଶରୀର କିଭଳି ସେମାନଙ୍କ ଘରେ ପହଞ୍ଚିବ ସେ ନେଇ ଆଲୋଚନା କରିଛନ୍ତି ଡାବୁଗାଁ ବିଧାୟକ ମନହର ରନ୍ଧାରୀ l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.