ସିଂଘିଯୁବା ୧୦/୦୬: ମଣ୍ଡିରୁ ଉଠୁନି ଚାଷୀର ଧାନ ଅଥଚ ଛତିଶଗଡ଼ ଧାନ ଓଡ଼ିଶାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାରି ଭିତରେ ଛତିଶଗଡ଼ରୁ ଆସୁଥିବା ଦୁଇଟି ଧାନ ବୋଝେଇ ଗାଡ଼ିକୁ ଚାଷୀ ଅଟକ ରଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାରସମାଲ ଛକରେ।

ଛତିଶଗଡ଼ ଧାନ ଓଡ଼ିଶାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ଚାଷୀ । ଧରିପଡିଥିବା ଦୁଇ ଗାଡିରେ ଛତିଶଗଡ଼ରୁ ଧାନ ଥିବା ଅଭିଯୋଗ ହୋଇଛି।ଉଭୟ ଗାଡ଼ିକୁ ସାରସମାଲ ଛକ ନିକଟରେ ଚାଷୀ ଅଟକ ରଖିବା ବିରୋଧ ପ୍ରଦର୍ଶନ କରିଛନ୍ତି।