ସୋର,୧୬/୦୩: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଦିଗୀଭଅଁରାଗ୍ରାମରେ ବାହାଘର ପ୍ରୋସେସନ ବେଳେ ଡିଜେ ଶବ୍ଦରେ ଲକ୍ଷାଧିକ ଟଙ୍କାରଦେଶୀ କୁକୁଡ଼ା ମରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଡୁଙ୍ଗାମ ଗ୍ରାମର ମନୋରଞ୍ଜନ ବେହେରା ଦିଗୀଭଅଁରା ଗ୍ରାମର ମାନସ ବାରିକଙ୍କ କୁକୁଡ଼ା ଫାର୍ମକୁଲିଜ୍ ସୂତ୍ରରେ ନେଇ ସେଠାରେ ଦେଶୀ କୁକୁଡ଼ା ଚାଷ କରୁଥିଲେ ।

ଗତ ୧୧ତାରିଖ ରାତିରେ ଏକ ବାହାଘର ଶୋଭାଯାତ୍ରାରେ ଡିଜେ ସୁପରକିଙ୍ଗ ଉଚ୍ଚ ଶବ୍ଦରେ ଯାଇଥିଲା । ଫଳରେ ଏହି ଶବ୍ଦ ପାଇଁ କୁକୁଡ଼ା ଫାର୍ମରେ ଥିବା ୩୫୨ଟି ଦେଶୀକୁକୁଡ଼ାଙ୍କ ମୃତ୍ୟୁ ହୋଇଯାଇଥିଲା । ଏ ବାବଦରେ ମନୋରଞ୍ଜନ ଡିଜେ ମାଲିକଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କିଛି ସୁଫଳ ନ ମିଳିବାରୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯାଗ ମୂଳେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ମୃତ କୁକୁଡ଼ାର ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଅଭିଯୋଗରେ ସେ ଦର୍ଶାଇଛନ୍ତି।

ଅଧିକ ପଢ଼ନ୍ତୁ :-  ଉତ୍ତରା ଛକରେ ଛାତିଥରା ଦୁର୍ଘଟଣା : ୨ ମହିଳାଙ୍କ ଉପରେ ଚଢିଗଲା କାର୍, ଗାଡିରୁ ଛିଟିକି ଜଣେ ମୃତ