ଭୁବନେଶ୍ୱର, ୧୮/୦୭ : ନୂଆଦିଲ୍ଲୀରେ ଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଣ୍ଟ୍ (ଆଇଆଇଆଇଡିଇଏମ୍) ପରିସରରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ଭାରତରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଭାରତୀୟ ସମ୍ୱିଧାନ, ନିର୍ବାଚନ ସମ୍ୱନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ । ଏଥିସହ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଏଥିରେ ସାମିଲ ଥିବା ସମସ୍ତ ଅଂଶୀଦାରମାନଙ୍କ ଦ୍ୱାରା ସମାନ୍ତରାଳ ଭାବେ ସମୀକ୍ଷା ବା ଅଡିଟ୍ କରାଯାଇଥାଏ । ଏହି ଅବସରରେ ସେ ଦେଶର ଭୋଟର ତାଲିକାକୁ ଏକ ଜୀବନ୍ତ ଦସ୍ତାବିଜ୍ ବୋଲି କହିଛନ୍ତି।..
ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସର୍ବକାଳୀନ ସର୍ବାଧିକ ମତଦାନ ପ୍ରମାଣିତ କରୁଛି ଯେ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ଭାରତୀୟ ଭୋଟରଙ୍କ ଅଗାଧ ବିଶ୍ୱାସ ରହିଛି। ଏହା ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନକୁ ଦର୍ଶାଉଛି । ଏହି ଅବସରରେ ସେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାରୁ ଭାରତର ସମସ୍ତ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ସମ୍ମିଳନୀରେ ଭାରତ ନିର୍ବାଚନ ଆୟୋଗର ମହାନିର୍ଦ୍ଦେଶକ (ଗଣମାଧ୍ୟମ) ଆଶିଷ ଗୋଏଲ ଗଣମାଧ୍ୟମକୁ ନିର୍ବାଚନ ଆୟୋଗର ଏକ ଅଂଶୀଦାର ଏବଂ ମତଦାତାଙ୍କ ମଧ୍ୟରେ ଏକ ସଶକ୍ତ ସେତୁ ଭାବେ ବର୍ଣ୍ଣନା କରିଛନ୍ତି । ସମ୍ମିଳନୀରେ ଓଡ଼ିଶାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦିନମଣୀ ନାଏକଙ୍କ ନେତୃତ୍ୱରେ ୯ ଜଣ ବରିଷ୍ଠ ସାମ୍ୱାଦିକ ଯୋଗ ଦେଇଛନ୍ତି । ‘ପ୍ରମେୟ’ର ବରିଷ୍ଠ ସାମ୍ବାଦିକ ମୁକେଶ ରଞ୍ଜନ ପରିଡ଼ାଙ୍କ ସମେତ ଯଯାତି କରଣ, ଜ୍ୟୋତି ପ୍ରକାଶ ଦାସ, ରବି ନାରାୟଣ ଜେନା, ଅଜିତ ଦେହୁରୀ, ଚୌଧୁରୀ ଅମିତାଭ ଦାସ, ଶକ୍ତିସାଇ ମିଶ୍ର, ଅଭିଜିତ ସାମନ୍ତରାୟ ଓ ଯଯାତି କେଶରୀ ରାଉତ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।
ଆହୁରି ପଢନ୍ତୁ- Crow Population Decline: ଦେଶରେ କମୁଛି କାଉ ସଂଖ୍ୟା, ସହରୀକରଣ ପାଇଁ ବିପଦରେ କାଉ ବଂଶ
ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ସରିଯିବ କି ହିଟମ୍ୟାନଙ୍କ କ୍ୟାରିୟର ?