ନୂଆଦିଲ୍ଲୀ : ଭାରତର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟରୁ ଔପଚାରିକ ଭାବେ ଅବସର ନେଇଛନ୍ତି। ତାଙ୍କର ଆଜି କାମର ଶେଷ ଦିନ ଥିଲା। ସେ ୧୦ ନଭେମ୍ୱରରେ ନିଜ ପଦ ଛାଡ଼ିବାକୁ ଯାଉଛନ୍ତି। ଏହାପରେ ଜଷ୍ଟିସ୍ ସଞ୍ଜିୀବ ଖାନ୍ନା ୧୧ ନଭେମ୍ୱରରେ ନୂଆ ଚିଫ୍ ଜଷ୍ଟିସ ଭାବେ ପଦଭାର ସମ୍ଭାଳିବେ। କିନ୍ତୁ ଅବସର ପରେ ସୁପ୍ରିମକୋର୍ଟଙ୍କ ଚିପ୍ ଜଷ୍ଟିସ ଓ ଅନ୍ୟ ବିଚାରପତିମାନ କୋର୍ଟରେ କାମ କରି ପାରିବେ ନାହିଁ। ଭାରତୀୟ ସମ୍ୱିଧାନର ଅନୁଚ୍ଛେଦ ୧୨୪ ( ୭) ଅନୁସାରେ ,ଏହି ନିୟମ ଏଥିପାଇଁ କରାଯାଇଛି ଯେ, ବିଚାରପତି ନିରପେକ୍ଷ ରହିବେ ଏବଂ ଜନତାଙ୍କ ବିଶ୍ୱାସକୁ ନ୍ୟାୟପାଳିକା ଉପରେ ଅତୁଟ ରହିବ।
ଏହି ରୋକ୍ରେ ଉଦ୍ଦେଶ୍ୟ ଏହା କି, ବିଚାରପତିଙ୍କ ନିଷ୍ପତ୍ତି ଉପରେ କେବେ ଏହା ସନ୍ଦେହ ନହେଉ ଯେ , ସେମାନେ ଭବିଷ୍ୟତରେ ନିଜର ଲାଭ ପାଇଁ କୌଣସି ପ୍ରକାରର ପକ୍ଷପାତିକା କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ନ୍ୟାୟପାଳିକାର ଗରିମା ଓ ନିରପେକ୍ଷତାକୁ ବଜାୟ ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଜନତାଙ୍କ ମନରେ ଏହି ବିଶ୍ୱାସ ଜାରି ରହିବ କି ବିଚାରପତି ସର୍ବଦା ସତ ଓ ନ୍ୟାୟର ପକ୍ଷରେ ହିଁ ନିର୍ଣ୍ଣୟ ନେଇଥାନ୍ତି।
ଅବସର ପରେ ସିଜେଆଇ ଓ ସୁପ୍ରିମକୋର୍ଟ ବିଚାରପତି ନିଜ ଅଭିଜ୍ଞତା ଓ ଜ୍ଞାନର ବ୍ୟବହାର ସମାଜରେ ଅନ୍ୟ ରୂପେ କରି ପାରିବେ। ସେ ମଧ୍ୟସ୍ଥତା ଓ ବୁଝାମଣାର ମାମଲାରେ ନିଜର ସେବା ଦେଇ ପାରିବେ, ଯେଉଁଥିରେ ଆଇନଗତ ବିବାଦକୁ ସମାଧାନ କରିବାରେ ତାଙ୍କର ଅଭିଜ୍ଞତାର ଲାଭ ମିଳିବ। ଏହା ବ୍ୟତୀତ, ଜାତୀୟ ମାନବାଧିକାର ଆୟୋଗ ବା ନ୍ୟାସନାଲ ଗ୍ରିନ୍ ଟ୍ରିବୁନାଲ ( ଏନଜିଟି) ଭଳି ମହତ୍ତ୍ୱପୂର୍ଣ୍ଣ ଆୟୋଗରେ ଅବସର ପ୍ରାପ୍ତ ବିଚାରପତିମାନଙ୍କୁ ନିଯୁକ୍ତ କରାଯାଇ ପାରେ, ଯେଉଁଠି ସେମାନେ ନିଜର ବିଶେଷଜ୍ଞତାର ଯୋଗଦାନ ଦେଇ ପାରିବେ। ଅବସରପ୍ରାପ୍ତ ବିଚାରପତି ଆଇନର ଛାତ୍ରଛାତ୍ରୀଙ୍କୁ ପଢାଇବା, ଲେକଚର ଦେବା ଓ ଆଇନ ଉପରେ ଲେଖିବାର କାମ ମଧ୍ୟ କରି ପାରିବେ। ଏହା ବ୍ୟତୀତ , କିଛି ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟପାଳ ବା ଅନ୍ୟ ସରକାରୀ ସମିତି ଗୁଡ଼ିକରେ ପରାମର୍ଶଦାତା ଭାବେ କାମ କରିବାର ସୁଯୋଗ ମିଳିଥାଏ।
ଅନ୍ୟପଟେ କିଛି ମାମଲାରେ , ଅବସର ପ୍ରାପ୍ତ ବିଚାରପତିଙ୍କୁ ସଂସଦ ମଧ୍ୟ ପଠାଇ ଯାଇଛି, ଏହାପରେ ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। ଉଦାହରଣ ଭାବେ ପୂର୍ବ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ଅବସର ପରେ ରାଜ୍ୟସଭାରେ ସିଟ୍ ଦିଆ ଯାଇ ଥିଲା, ଏଥିରେ ନ୍ୟାୟପାଳିକାର ସ୍ୱାଧୀନତା ଉପରେ ସ୍ୱର ଉଠିଥିଲା।