ଭୁବନେଶ୍ବର, ୨୬।୫ :ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା (ଓିସିଏସ)ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେମାନଙ୍କ ଶୁଭ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ,ବରଂ ଜନସେବାର ଏକ ପବିତ୍ର ବ୍ରତ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।ଏକ ସ୍ୱଚ୍ଛ,ପାରଦର୍ଶୀ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ ସହ ସରକାରଙ୍କ ପ୍ରତିନିଧି ଭାବେ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନାକୁ ସମାଜର ଶେଷ ଧାଡ଼ିରେ ଥିବା ହିତାଧିକାରୀଙ୍କ ପର୍ଯ୍ୟନ୍ତ ସଫଳତାର ସହ ପହଞ୍ଚାଇବା ଆପଣମାନଙ୍କର ମୁଖ୍ୟ ସଂକଳ୍ପ ହେଉ ବୋଲି ଉଲ୍ଲେଖ କରିଛନ୍ତି।'ସମୃଦ୍ଧ ଓଡ଼ିଶା'ଗଠନର ଏହି ଗୌରବମୟ ଯାତ୍ରାରେ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
ଆହୁରି ପଢନ୍ତୁ : ପ୍ରକାଶ ପାଇଲା OAS ରେଜଲ୍ଟ , ବୁବୁନ ସାହୁ ଟପ୍ପର
ଓଡ଼ିଶା ଲୋକସେବା ଆୟୋଗ (#OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସେବା (#OCS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା।
— Mohan Charan Majhi (@MohanMOdisha) May 26, 2026
ପ୍ରଶାସନିକ ସେବାକୁ କେବଳ ଏକ ପଦବୀ ନୁହେଁ, ବରଂ ଜନସେବାର ଏକ ପବିତ୍ର ବ୍ରତ ଭାବେ ଗ୍ରହଣ କରି ଏକ ସ୍ୱଚ୍ଛ, ପାରଦର୍ଶୀ ଓ ଜନକୈନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଗଠନ ସହ…