ପ୍ରମୂଖ ଖବର
  • ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ପୁରୀ ଜିଲ୍ଲାପାଳ
  • ||
  • ପଟ୍ଟାମୁଣ୍ଡାଇ : ମା'କୁ ପିଟି ପିଟି ମାରିଦେଲା ପୁଅ
  • ||
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଦୁର୍ନୀତିଗ୍ରସ୍ତ ଡାକ୍ତରଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

Published By : Gurupada Nath | July 22, 2025 4:56 PM

ଭୁବନେଶ୍ୱର,୨୨/୭ : ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। 

ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ କରାଯାଇଥିଲା। ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା ନୀତି ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ଆସିଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଛଡା ଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅନେକ ସମୟରେ କହି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗରେ ଚଢଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.