ଭୁବନେଶ୍ବର,୮।୧୦ : ରାଜ୍ୟରେ ଆଜି ୨୮୪  ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଖଣି, ସ୍ବାସ୍ଥ୍ୟ ଓ ବିଦ୍ୟୁତ ବିଭାଗରେ ପାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ  କରାଯାଇଛି  । ଲୋକସେବା ଭବନ କନଭେନସନ ହଲରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଏହି ଅବସରରେ ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିକଶିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ। ପ୍ରତିଶ୍ରୁତି ପାଳନ ନେଇ ସରକାର କାମ କରୁଛନ୍ତି। ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ନିଜର ସିସିଆର ସହ ଦକ୍ଷତାର ସହ କାମ କର। ଏମିତି କାମ କର ଯେପରି ଲୋକ ସନ୍ଦେହ ଚକ୍ଷୁ ରେ ନ ଦେଖିବେ। ନିଜର ଭାବମୂର୍ତ୍ତି ରକ୍ଷାକରି ସରକାରଙ୍କ ଅଂଶ ବିଶେଷ ହୋଇ କାମ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ।