ଭୁବନେଶ୍ଵର, ୨୦/୧୧ : ବିହାରର ନୂଆ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସିଏମ୍ ଲେଖିଛନ୍ତି ଯେ, ନୀତୀଶଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଜନସେବାରେ ତାଙ୍କର ରେକର୍ଡ କେବଳ ବିହାରର ଲୋକମାନଙ୍କୁ ନୁହେଁ ବରଂ ସାରା ଦେଶକୁ ପ୍ରେରଣା ଦେଉଛି। ବିହାରର ନବନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ୨୦୨୫ ନିର୍ବାଚନରେ ବିହାରର ଜନତା ବିଜେପି ଏବଂ ଏନଡିଏକୁ ଦେଇଥିବା ବିପୁଳ ଜନାଦେଶ ଲୋକକେନ୍ଦ୍ରିକ ଶାସନ ପ୍ରତି ସେମାନଙ୍କର ଦୃଢ ବିଶ୍ଵାସକୁ ପ୍ରତିଫଳିତ କରୁଛି। ଏଥିପାଇଁ ସମସ୍ତ ଦଳୀୟ କର୍ମୀ, ନେତା ଏବଂ ଭୋଟରଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି।
I extend my heartfelt congratulations to Shri @NitishKumar ji on being sworn in for the tenth term as Chief Minister of Bihar. His distinguished record of public service continues to inspire not only the people of Bihar but the entire nation. I also convey my warm felicitations… pic.twitter.com/mnXdw4WewE
— Mohan Charan Majhi (@MohanMOdisha) November 20, 2025
ମୁଖ୍ୟମନ୍ତ୍ରୀ ପୁଣି ଲେଖିଛନ୍ତି ଯେ, ସ୍ଥିରତା ଏବଂ ପରିବର୍ତ୍ତନକାରୀ ବିକାଶ ଉପରେ ଏନଡିଏର ନିରନ୍ତର ଧ୍ୟାନ ଆମର ମିଳିତ ମିଶନକୁ ମାର୍ଗଦର୍ଶନ କରିଚାଲିଛି। ବିହାରରେ ସାମ୍ପ୍ରତିକ ନିର୍ବାଚନ ଫଳାଫଳ ଏବଂ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ନିର୍ଣ୍ଣାୟକ ବିଜୟ ସହିତ, ବିଜେପି, ଏନଡିଏ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ପୁନର୍ଜବୀତ କରୁଛି। ନୂଆ ସରକାରଙ୍କୁ ଏକ ପ୍ରଭାବଶାଳୀ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଉଛି। ବିହାର ନାଗରିକଙ୍କ ସମୃଦ୍ଧି, ଶାନ୍ତି ଏବଂ କଲ୍ୟାଣ ଆଗକୁ ବଢୁ ବୋଲି ପ୍ରାର୍ଥନା କରୁଛି।