ଭୁବନେଶ୍ଵର, ୧୪/୦୧ : ପୁଣ୍ୟତୋୟା ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୁଡ଼ ପକାଇଛନ୍ତି।ଏଥିପାଇଁ ଶବ୍ୟା କାବେରୀ ଘାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ମଧ୍ୟ ଉପସ୍ଥିତ ରହିଥିଲେ ।
ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଅଛନ୍ତି। ମଙ୍ଗଳବାର ଦିନ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବୁଧବାର ଦିନ ପବିତ୍ର ମକର ସଂକ୍ରାନ୍ତି ଅବସରରେ ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମକର ବୁଡ଼ ପକାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ବୁଡ଼ ପକାଇବା କାର୍ଯ୍ୟକ୍ରମକୁ ଦେଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖାସ୍ କରି ବୁଡ଼ ପକାଇବା ସ୍ଥାନରେ ବ୍ୟାରିକେଡ୍ କରାଯିବା ସହ ଓଡ୍ରାଫ ଟିମ୍ ନିୟୋଜିତ କରାଯାଇଛି ।
ଏହି ଖବରଟିକୁ ପଢନ୍ତୁ- ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ; ସ୍ବାଭାବିକ ହେଲା ଶ୍ରୀଜିଉଙ୍କ ଦର୍ଶନ