ପ୍ରମୂଖ ଖବର
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ; ୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍
  • ||
  • ଜନ୍ମ ତିଥିରେ ସ୍ନାନ କରୁଛନ୍ତି ଜଗତର ମଉଡ଼ମଣି, ସନ୍ଧ୍ୟାରେ ଗଜାନନ ବେଶ
  • ||
  • ମହାପ୍ରଭୁଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ, ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁଦିଅଁ
  • ||
  • ବଲାଙ୍ଗୀର : ଜୁନ୍‌ ୧୭ରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ଓ ମନ୍ତ୍ରୀ
  • ||
  • କଟକ : ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ସମ୍ପର୍କୀୟ ଦାଦା ଗିରଫ
  • ||
  • ଦିବ୍ୟ ଭବ୍ୟ ଦେବ ସ୍ନାନପୂର୍ଣ୍ଣିମା, ଭକ୍ତମୟ ବଡ଼ଦାଣ୍ଡ, ଜନସମୁଦ୍ର ଶ୍ରୀକ୍ଷେତ୍ର
  • ||
  • ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖି ଭିଜିଲା ଭକ୍ତଙ୍କ ଆଖି, ଘଣ୍ଟଘଣ୍ଟା ନାଦରେ କମ୍ପୁଛି ଚତୁର୍ଦ୍ଦିଗ
  • ||
  • ଗଞ୍ଜାମ : ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

'ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ୨୭ କୋଟି, ପିଅନଠୁ IAS ଯାଏଁ ସବୁ ଦୁର୍ନୀତିଖୋର ଗିରଫ': ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ

Published By : Rasmita Pradhan | June 10, 2025 3:20 PM

ଭୁବନେଶ୍ଵର, ୧୦/୬ : କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏପଟେ ରାଜ୍ୟରେ ଦିନକ ପରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପୂରଣ ହେବ। ତେବେ ଏହି ଏକ ବର୍ଷର ଉପଲବ୍ଧିକୁ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବର୍ଷକ ମଧ୍ୟରେ ସରକାର ଜନସାଧାରଣଙ୍କ ଆଶା ପୂରଣ କରି ପାରିଛନ୍ତି ବୋଲି କହିଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଗୋଟିଏ ବର୍ଷର ହିସାବ ଗୋଟି ଗୋଟି କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।   

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବଡ଼ ଉପଲବ୍ଧି ଧାରା ୩୭୦ ଉଚ୍ଛେଦ, ତିନି ତଲାକ୍ ବିଲ୍, ନାରୀ ଶକ୍ତି ବନ୍ଦନ ବିଲ୍, କୋଭିଡ୍‌ର ସଠିକ୍ ମୁକାବିଲା, ଏକକ GST ପ୍ରଚଳନ ଭଳି ଅନେକ ପଦକ୍ଷେପ ରହିଛି । ବିଶ୍ୱ ବ୍ୟାଙ୍କ୍‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ମୋଦି ସରକାରଙ୍କ କାର୍ଯ୍ୟକାଳରେ ୨୭କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟର ତାଡନାରୁ ମୁକ୍ତ ହୋଇଛନ୍ତି । ୧୩ ବର୍ଷ ମଧ୍ୟରେ ଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ୨୭.୧ ପ୍ରତିଶତରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି । 


କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଆଉ ଏହାରି ଭିତରେ ଲୋକଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି, ଆୟୁଷ୍ମାନ ଯୋଜନା, ନୂଆ ଶିକ୍ଷା ନିତୀ-୨୦୨୦ ଲାଗୁ କରିବା, ଜନ ଧନ ଯୋଜନା ଲାଗୁ କରିବା, ବେଟୀ ବିଚାଓ ବେଟୀ ପଢ଼ାଓ ଭଳି ଅନେକ ଯୋଜନା ଆଜି ଭାରତରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଅପରେସନ ସିନ୍ଦୁର ଜରିଆରେ ଆତଙ୍କବାଦ ବିରୁଦ୍ଧରେ ଯେଉଁ କଡ଼ା ପଦକ୍ଷେପ ଭାରତ ସରକାର ନେଇଛନ୍ତି, ତାହା ସାରା ବିଶ୍ୱରେ ଭାରତକୁ ଆଗରେ ରଖିଛି । ‘ମୋଦି ହେ ତୋ ମୁମକିନ ହୈ କୁହାଯାଇଛି’ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ଦିନକ ପରେ ରାଜ୍ୟ ସରକାରଙ୍କୁ ବର୍ଷେ ପୂରଣ ହେବାକୁ ଯାଉଛି । ଆମ ସରକାରକୁ ଚଳଞ୍ଚଚଳ କରି ରଖିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ । ସାଧାରଣ ଜନତା ଏଇ ସରକାରକୁ ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଅବିହିତ କରିଛନ୍ତି । ଏହି ବର୍ଷେ ମଧ୍ୟରେ ଆମକୁ ଅନେକ ସହଯୋଗ ମିଳିଛି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି’ । ଆମ ସଂକଳ୍ପ ପତ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ଆମେ  ବର୍ଷେ ମଧ୍ୟରେ ସୁନିଶ୍ଚିତ କରିଛୁ । ପ୍ରଥମ ୭ମାସ ମଧ୍ୟରେ ଓଡ଼ିଶାକୁ ଏକ ସମ୍ଭାବନାର ରାଜ୍ୟ ଭାବେ ଘୋଷଣା କରିଛନ୍ତି । ସଂସଦରେ ମଧ୍ୟ ମୋଦି ଜୀ କହିଛନ୍ତି, ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ଓଡ଼ିଶା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଆମକୁ ମାର୍ଗ ଦର୍ଶନ କରାଇବେ। ୨୦୨୪ ଜୁନ୍ ୧୨ ତାରିଖରେ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ବଡ଼ ନିଷ୍ପତ୍ତି ନିଆଯାଇଥିଲା । କ୍ୟାବିନେଟ୍ ପରେ ପୁରୀ ଯାଇ ରାତିରେ ରହିବା ସହ ଭୋରୁ ୪ଟାରୁ  ଶ୍ରୀମନ୍ଦିର ମନ୍ଦିରର ଚାରି ଦ୍ୱାର ଖୋଲିଥିଲା । ଏହା ରାଜ୍ୟ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ଆମେ ସୃଷ୍ଟି ହୋଇଛନ୍ତି । ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରାଯାଉଛି । ରାଜ୍ୟ ସରକାରଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 


ସେହିପରି କୃଷି କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ନେଇଛୁ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରି କୃଷି କ୍ଷେତ୍ରରେ ଅଗ୍ରଗତି କରିବାରେ ପୂର୍ବ ସରକାର ବିଫଳ ହୋଇଥିଲେ । ରାଜ୍ୟ ସରକାର ସମୃଦ୍ଧ କୃଷିକୁ ଗୁରୁତ୍ୱ ଦେଇ ୩୭ ହଜାର ୮୩୮ କୋଟି ଟଙ୍କାର ବଜେଟ୍ ବ୍ୟୟ ବରାଦ କରିଛନ୍ତି ।  ସେହିପରି ୮୦୦ ଟଙ୍କା ଇନପୁଟ୍ ସବସିଡ୍ ଦେଇ କୃଷକମାନଙ୍କ ପରିବାର ଆୟ ବଢ଼ାଯାଇଛି । ବିଜେପି ସରକାର ଆସିବା ପରେ ରିଲିଫ୍ କୋର୍ଡରେ ପରିବର୍ତ୍ତନ କରାଯାଇଛି । ବର୍ଷା ପରେ ୨୮୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ରାଜ୍ୟର ଚାଷୀ ୩୦ହଜାର କୋଟି ଟଙ୍କା ଆର୍ଥିକ ଲାଭପାଇଛନ୍ତି । 


ଏହାଛଡ଼ା ପ୍ରାଥମିକ ଶିକ୍ଷାକୁ ବିଜେପି ସରକାର ସବୁଠାରୁ ଅଧିକ ଗୁରୁତ୍ଵ ଦେଇଛନ୍ତି। ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତି ପଞ୍ଚାୟତରେ ଖୋଲିବାକୁ ଯାଉଛୁ।  ଏହା ସହ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ । ଆଦର୍ଶ ବିଦ୍ୟାଳୟରେ ପଛୁଆ ବର୍ଗଠୁ ଆଦିବାସୀ ଦଳିତ ବର୍ଗର ମେଧାବୀ ପିଲାଙ୍କୁ ପାଠ ପଢ଼ାଯିବ । ୧୬ ପ୍ରତିଶତ ବଜେଟ୍ ଶିକ୍ଷା କ୍ଷେତ୍ରକୁ ଦିଆଯାଇଛି ଯାହା କି କେବେ ଦିଆଯାଇନଥିଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ପୁଣି ଥରେ ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲ ମୁହାଁ ପିଲା ହେବେ ଏହା ମୋର ଦୃଢ଼ ପ୍ରତିଶ୍ରୁତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷମାନ ଯୋଜନା ଲାଗୁ କରାଯାଇଛି  । ୬୫ ହଜାର ୮୮୧ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


 ଆଜି ଆଇଏଏସ୍ ଠୁ ନେଇ କିରାଣୀ ପର୍ଯ୍ୟନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏ ସରକାରରେ ସୁରକ୍ଷିତ ନୁହଁନ୍ତି । ଯିଏ ଦୁର୍ନୀତି କରିବ ସେ ଜେଲ ଯିବ । ସାଧାରଣ ଲୋକ ଓ ସରକାର ମଧ୍ୟରେ ଥିବା କୃତିମ ପ୍ରାଚୀରକୁ ବିଜେପି ସରକାର ଧ୍ୱଂସ କରି ଦେଇଛି । ମୁଖ୍ୟମନ୍ତ୍ରୀ ନିଜେ ୩୦ଟି ଜିଲ୍ଲା ବୁଲି ଲୋକଙ୍କ ଦୁଃଖ ଶୁଣିଛନ୍ତି ବୋଲି କହିଛନ୍ତି ।ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ୨୪ ବର୍ଷ ନୁହେଁ ୨୪ ମିନିଟ୍ କାଫି । କେବଳ ଇଛା ଶକ୍ତିର ଆବଶ୍ୟକତା ରହିଛି । ତାହା ଆଜି ଆମେ କରି କି ଦେଖାଇଛୁ । ଯୁବ, ମହିଳା, ଗରିବ ଅର୍ଣ୍ଣଦାତା ପାଇଁ ରାଜ୍ୟ ସରକାର ନିରନ୍ତର କାମ କରୁଛନ୍ତି ବୋଲି ନିଜ ଉପଲବ୍ଧିରେ ମୁଖ୍ୟମନ୍ତ୍ରୀ ବଖାଣିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.