ପୁରୀ,୧୧/୧୦: କାର୍ତ୍ତିକ ବ୍ରତ ଲୋକାର୍ପଣ ଉତ୍ସବକୁ ଆସିପାରିନଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଣୁ ହବିଷ୍ୟାଳିଙ୍କୁ ଭେଟିବାକୁ ଏବଂ ଜଗା ଦର୍ଶନ  କରିବାକୁ ଶନିବାର ପୁରୀ ଆସୁଛନ୍ତି  ମୁଖ୍ୟମନ୍ତ୍ରୀ । ସେ ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ନିବାସକୁ ଯାଇ ହବିଷ୍ୟାଳିଙ୍କୁ  ଭେଟିବେ ଓ ଭାବବିନିମୟ କରିବେ । ପରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ  କରିବେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପରାହ୍ଣ ସାଢ଼େ ୪ଟାରେ  ଭୁବନେଶ୍ୱରରୁ ବାହାରି ସାଢ଼େ ୫ଟା ସୁଦ୍ଧା  ବୃନ୍ଦାବତୀ ନିବାସରେ ପହଞ୍ଚିବେ । ୬ଟା  ସୁଦ୍ଧା ଏଠାରୁ ବାହାରି ପୁରୀ ସର୍କିଟ ହାଉସ୍‌କୁ ଯିବେ । ସେଠାରୁ ସନ୍ଧ୍ୟା ୭ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ  ଦର୍ଶନ ନିମନ୍ତେ ପହଞ୍ଚିବେ । ୮ଟା ସୁଦ୍ଧା ଠାକୁର ଦର୍ଶନ  ସାରି ସେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି   ଏନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି,  ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବା  ନିମନ୍ତେ ସ୍ୱତନ୍ତ୍ର ଷ୍ଟେଜ୍‌ କରାଯିବ । ଏଥିସହ ଆନୁସଙ୍ଗିକ  ଅନ୍ୟ ବ୍ୟବସ୍ଥା ହେବ ।