ଭୁବନେଶ୍ୱର,୧୦/୦୩:  ଆଜି ପଶ୍ଚିମବଙ୍ଗ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  । ପଶ୍ଚିମବଙ୍ଗରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ବିଜେପିର ପରିବର୍ତ୍ତନ ଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରୁ ପଶ୍ଚିମବଙ୍ଗ ଅଭିମୁଖେ ଉଡ଼ାଣ ଭରିବେ । ଅପରାହ୍ଣ ୪ଟାରେ କୋଲାକାତା ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୫ଟା ୧୫ରେ ମେଦିନିପୁରର ମୋୟନା ନିର୍ବାଚନମଣ୍ଡଳୀର ହରିଦାସପୁରରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ଯୋଗ ଦେବା ସହ ଜନସଭାକୁ ସମ୍ବୋଧିତ କରିବେ । ସନ୍ଧ୍ୟା ସାଢ଼େ ୭ଟାରେ ସେ କୋଲକାତା ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ବିମାନ ଯାତ୍ରା କରିବେ ।

ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ଟିଏମ୍‌ସି ସରକାର ଅସମ୍ମାନ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘଟଣାର କିଡ଼ା ନିନ୍ଦା କରିଥିଲେ । ରାଷ୍ଟ୍ରପତିଙ୍କୁ ଅସମ୍ମାନ ନେଇ ଶ୍ରୀ ମାଝୀ ଟିଏମ୍ସି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଏହି ଘଟଣା ଓଡ଼ିଶାବାସୀ ଓ ସମଗ୍ର ଆଦିବାସୀ ସମାଜକୁ ମର୍ମାହତ କରିଥିବା କହିଥିଲେ ।

ଅଧିକ ପଢ଼ନ୍ତୁ :- ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ପାଇଁ ତତ୍ପରତା: ୧୧ରେ ଶ୍ରୀମନ୍ଦିର ନୀତି ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ନୂଆ ନୀତି ପ୍ରଶାସକ