ଭୁବନେଶ୍ୱର,୧୨/୧୧: ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ମଙ୍ଗଳବାର  ସକାଳ ୧୦ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ  ଅଭିମୁଖେ ଯିବେ । ଦିଲ୍ଲୀରେ ହୋଟେଲ ଅଶୋକାରେ ୧୨ଟା  ୪୫ରେ ପହଞ୍ଚିବେ । ପରେ ସନ୍ଧ୍ୟା ୫ଟାରେ ଜବାହରଲାଲ  ନେହରୁ ଭବନର ସିବି ମୁଥାମା ହଲରେ ହେବାକୁ ଥିବା  ୧୮ତମ ପ୍ରବାସୀ ଭାରତୀୟ ଦିବସର ନୂଆ ୱେବସାଇଟ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।  କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌  ଜୟଶଙ୍କର ମଧ୍ୟ ଉପସ୍ଥିତ ରହିବେ । ୱେବସାଇଟ୍‌  ଲୋକାର୍ପଣ କାର୍ଯ୍ୟକ୍ରମ ସରିବା ପରେ ହୋଟେଲ୍‌ ଅଶୋକାରେ  ରାତ୍ରି ଯାପନ କରିବେ । ୧୩ ତାରିଖ ସକାଳ ୯ଟା୪୫ରେ  ହୋଟେଲ୍‌ ଅଶୋକାରୁ ବାହାରି ପୁଣି ଭୂବନେଶ୍ୱଣ ଅଭିମୁଖେ  ଆସିବେ ବୋଲି ସୂଚନା ମିଳିଛି ।  

ଉଲ୍ଲେଖଯୋଗ୍ୟ, ୨୦୨୫ ଜାନୁଆରୀ ୮ରୁ ୧୦ ତାରିଖ  ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ୧୮ତମ ପ୍ରବାସୀ  ଭାରତୀୟ ଦିବସ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ  ବିଶାଳ ଭାବେ ଆୟୋଜନ କରାଯିବା ସହିତ ରାଜ୍ୟ ତଥା  ଦେଶ ବାହାରୁ ବହୁ ଶିଳ୍ପପତି, ବିଶିଷ୍ଟ ଉଦ୍ୟୋଗୀ, ରାଷ୍ଟ୍ରଦୂତ  ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।