ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଇନ୍ଦୁପୁର ବାରୁଣୀ ତୋରଣ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ

Published By : Prameya | March 26, 2025 10:17 PM

କେନ୍ଦ୍ରାପଡ଼ା/ଇନ୍ଦୁପୁର,୨୬/୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଧର୍ମିଣୀ ଡ. ପ୍ରିୟଙ୍କା ମାରାଣ୍ଡି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଉତ୍ସବରେ ସାମିଲ ହୋଇଛନ୍ତି । ଡ. ମାରାଣ୍ଡି ପ୍ରଥମେ ଇନ୍ଦୁପୁର ଡାକବଙ୍ଗଳାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସେଠାରୁ ସେ ଇନ୍ଦୁପୁରର ପ୍ରସିଦ୍ଧ ମା’ ଚଣ୍ଡୀଦେବୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ସେ ବାରୁଣୀ ତୋରଣକୁ ଉଦ୍‌ଘାଟନ କରିଥିଲେ । ଏହା ପରେ ବାରୁଣୀ ଘାଟ ପରିଦର୍ଶନ କରିଥିଲେ । ପରେ ବିଶ୍ୱଶାନ୍ତି ଓ କଲ୍ୟାଣ କୈବଲ୍ୟ ମହାଯଜ୍ଞ ମଣ୍ଡପକୁ ଯାଇ ଆଶୀର୍ବାଦ ଭିକ୍ଷା କରି ପ୍ରସାଦ ସେବନ କରିଥିଲେ । 

ଏହି ଅବସରରେ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ, ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମାସାଗର ପଣ୍ଡା, ନିକିରାଇ ଆଇଆଇସି ପଦ୍ମାଳୟା ପ୍ରଧାନ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ସୂତାର କହିଛନ୍ତି କି, ପବିତ୍ର ବାରୁଣୀ ମେଳା ଓ ମହୋତ୍ସବ ବାବଦରେ ଆମର ପ୍ରସ୍ତୁତି ପର୍ବ ସରିଥିଲା । କିନ୍ତୁ ୨୦୦୨ ମସିହାଠାରୁ କେଶବ ବାବା ବାରୁଣୀ ମହୋତ୍ସବର ମହତ୍ତ୍ୱ ବୁଝି ସେତେବେଳେ ଏକ ଯଜ୍ଞ ଆରମ୍ଭ କରିଥିଲେ । ଆଜି ୨୨ତମ ଯଜ୍ଞ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଧର୍ମିଣୀ ବାବାଙ୍କ ଆଶ୍ରିତ । ଆମେ ଅଞ୍ଚଳବାସୀ ଚାହୁଁଥିଲୁ ଉଭୟ ଏଠାକୁ ଆସନ୍ତୁ । ଆମେ ଏ ବିଷୟ ଜଣାଇଥିଲୁ । 

ଆମ ଅନୁରୋଧ ରକ୍ଷା କରି ସେ ଆମ ପାଖରେ ପହଞ୍ଚିଛନ୍ତି । ତାଙ୍କ ଉପସ୍ଥିତି ଆମକୁ ଗୌରବାନ୍ୱିତ କରିଛି । ସେ ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ବୋଲି ଶ୍ରୀ ସୂତାର କହିଛନ୍ତି । ଆସନ୍ତାକାଲି (୨୭ ତାରିଖ) ସକାଳେ ବାରୁଣୀ ବୁଡ଼ରୁ ଆରମ୍ଭ ହୋଇ ଏହି ଉତ୍ସବ ଏପ୍ରିଲ ୨ ତାରିଖ ଯାଏ ଚାଲିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.