ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚିତ୍ରକଳା ଦେଖିଲେ, ରଥଖଳା ବୁଲିଲେ ମୁଖ୍ୟ ଶାସନ ସଚିବ: ବର୍ଷାରେ ଓଦା ନ ହେବାକୁ ଦେଲେ ପରାମର୍ଶ

Published By : Prameya | June 16, 2025 11:14 AM

ପୁରୀ,୧୬/୦୬: ମୁଖ୍ୟ ଶାସନ  ସଚିବ ମନୋଜ କୁମାର ଆହୁଜା ରବିବାର ଅପରାହ୍ଣରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର  କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ତାଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର  ସାହୁ, ଓଏସ୍‌ଡି ଶୁଭ୍ରାଂଶୁ ଶେଖର ପାଢୀ ଓ  ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର  ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ । ଏହି  ଅବସରରେ ଶ୍ରୀ ଆହୁଜା ପ୍ରଥମେ ସିଂହଦ୍ୱାରକୁ ଯାଇ ଚିତ୍ର କାରୁକାର୍ଯ୍ୟକୁ ବୁଲି ଦେଖିଥିଲେ । ଠାକୁରଙ୍କ ଅଣସର ନୀତି ସମ୍ପର୍କରେ ବିସ୍ତୃତ  ଭାବେ ଆଲୋଚନା କରିଥିଲେ । ଧାର୍ଯ୍ୟ  ସମୟରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ । ମାତ୍ର  ଠାକୁର ଅଣସର ଘରେ ଥିବାରୁ ଶ୍ରୀ ଆହୁଜା  ଶ୍ରୀମନ୍ଦିର ପରିସରକୁ ଯାଇନଥିଲେ । ଗସ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଆରତୀ ଆହୁଜା  ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।  

ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା  ରଥଖଳାକୁ ଯାଇଥିଲେ । ତିନି ରଥର ନିର୍ମାଣ  କାର୍ଯ୍ୟ ୭୦ ପ୍ରତିଶତ ପହଞ୍ଚିଲାଣି । ଶ୍ରୀ ଆହୁଜା ରଥଖଳାରେ ରଥ ନିର୍ମାଣ ସମ୍ପର୍କରେ ତିନି  ରଥ ମୁଖ୍ୟ ବିଶ୍ୱକର୍ମା ଓ ଭୋଇ ସର୍ଦ୍ଦାରଙ୍କ  ସହ ସହିତ ଆଲୋଚନା କରିଥିଲେ । ଧାର୍ଯ୍ୟ  ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ  ବୋଲି ବିଶ୍ୱକର୍ମାମାନେ ମତ ଦେଇଥିଲେ । ବର୍ଷା  ହେଉଥିବା ସତ୍ତେ୍ୱ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖି ବର୍ଷାରେ ଓଦା ନ  ହେବାକୁ ପରାମର୍ଶ ଦେଇଥିଲେ । ବର୍ଷା ଛାଡ଼ିଲା  ପରେ ରଥ ନିର୍ମାଣ କାର୍ଯ୍ୟ କରିବାକୁ ପରାମର୍ଶ  ଦେଇଥିଲେ । ଏହି ସମୟରେ ଶ୍ରୀମନ୍ଦିର  ପ୍ରଶାସନିକ ଅଧିକାରୀ, ସୁରକ୍ଷା ଅଧିକାରୀ  ଓ ରଥ ତତ୍ତ୍ୱାବଧାରକ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.