ପ୍ରମୂଖ ଖବର
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ପୋଖରୀରେ ବୁଡି ଶିଶୁକନ୍ୟା ମୃତ

Published By : Suraj Kumar | June 2, 2025 4:51 PM

କୋଣାର୍କ,୨।୬(ଆପ୍ର) କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ଭାଣପୁର ଗ୍ରାମରେ ପୋଖରୀରେ ବୁଡି ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ସୋମବାର ପୂର୍ବାହ୍ନରେ ଦୀପକ କାଣ୍ଡିଙ୍କ ୧୮ମାସର ଝିଅକୁ ନେଇ ମା’ ବାଡି ପଟକୁ ଯାଇଥିଲେ। ଶିଶୁ କନ୍ୟାଟି ଖେଳୁଥିବାବେଳେ ପୋଖରୀରେ ବୁଡି ଯାଇଥିଲେ। 

ପରେ ବହୁ ଖୋଜାଖୋଜି କରିବାରେ ଶିଶୁକନ୍ୟାଟି ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ପୋଖରୀରୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ କୋଣାର୍କ ପୁଲିସ ପହଞ୍ଜି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ହସ୍ପିଟାଲ ପଠାଇଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.