ସୁନ୍ଦରଗଡ, ୯।୩ : ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ ଟ୍ରାକ୍ଟର ମାଡିଯିବାରୁ ୮ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସୁନ୍ଦରଗଡ ଲେଫ୍ରିପଡା ଥାନା ଅନ୍ତର୍ଗତ ବେଲସରା ଗାଁରେ ଏହି ଘଟଣା ଘଟିଛି। ବେଲସରା ଗାଁର ଚୁଡ ମୁଣ୍ଡାଙ୍କ ୮ ମାସର ପୁଅ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଶିଶୁପୁତ୍ର ଉପରେ ମାଡିଯାଇଥିଲା। ଘଟଣା ସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ପହଞ୍ଚି ଟ୍ରାକ୍ଟର ଜବତ କରିଛି।