ବ୍ରହ୍ମବରଦା, ୯/୧୨ : ବ୍ରାହ୍ମଣୀ ନଦୀରେ ବୁଡ଼ି ଶିଶୁ ପୁତ୍ର ମୃତ। ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମହେଶ୍ୱରପୁର ଚାନ୍ଦପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଏହି ଗ୍ରାମର ଭୋଳା ଦାସଙ୍କ ୪ ବର୍ଷୀୟ ପୁଅ ବୋଲି ଜଣାପଡିଛି। ବେଆଇନ ବାଲି ଉତ୍ତୋଳନ ପରେ ନଦୀରେ ଗଣ୍ଡ ହୋଇ ଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। 

​​​​​​​

ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ବାରୁହାଁ-ବାଲିଚନ୍ଦ୍ରପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଯାନବାହାନ ଚଳାଚଳ ବ୍ୟାହାତ ହୋଇଛି। ସେପଟେ ବ୍ରହ୍ମବରଦା ପୁଲିସ ଯାଜପୁର ମେଡ଼ିକାଲରେ ମୃତଦେହ ଜବତ କରି ତଦନ୍ତ ଚଳାଇଛି। 

​​​​​​​